ଆଜିର ଦିନରେ ଇଞ୍ଜାମାମ କ’ଣ ରେକର୍ଡ଼ କରିଥିଲେ ଜାଣନ୍ତୁ

0 97

ୱିଲିଙ୍ଗଟନ: ୨୦୦୨ ମସିହା ମଇ ମାସ ୩ ତାରିଖ । ପାକିସ୍ତାନ ହିଟ୍ ମାଷ୍ଟର ଭାବେ ବିବେଚି ଇଞ୍ଜାମାମ-ଉଲ୍‌-ହକ୍ ତ୍ରିଶତକ କରି ନ୍ୟୁଜିଲ୍ୟାଣ୍ଡକୁ ଏକ ଇଂନିସ ଓ ୩୨୪ ରନ୍‌ରେ ହରାଇ ସ୍ମଣୀୟ ଇଂନିସ୍ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ପାକିସ୍ତାନର ସ୍ପିଡିଷ୍ଟର ସୋହେବ ଅଖ୍‌ତାର ମଧ୍ୟ ସହଯୋଗ କରିଥିଲେ । ପୂର୍ବ ଦିନରୁ ୧୫୯ ରନ୍ କରି ଅପରାଜିତ ଥିବା ଇଞ୍ଜାମାମ୍ ଦ୍ୱିତୀୟ ଦିବସରେ ତ୍ରିଶତକ କରି ରେକର୍ଡ଼ କରିଥିଲେ । ଇଞ୍ଜାମାମ୍ ଏହି ତ୍ରିଶତକ କରିବାରେ ୪୩୬ଟି ବଲ୍ ସମ୍ମୁଖୀନ ହୋଇଥିବା ବେଳେ ସେଥିରେ ୩୮ଟି ଚୌକା ଓ ୯ଟି ଛକା ଅନ୍ତର୍ଭୁକ୍ତ । ଯେଉଁଥିରେ କି ପାକିସ୍ତାନ ଏକ ବିଶାଳ ସ୍କୋର (୬୪୩) ରନ୍ କରିଥିଲା । ଇଞ୍ଜାମାମଙ୍କୁ ତାଙ୍କ ସାଥୀ ଖେଳାଳି ଇମ୍ରାନ୍ ନଜିର (୧୨୭) ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଇଞ୍ଜାମାମ୍ ୪୩୬ଟି ବଲରୁ ୩୨୯ ରନ୍ କରିଥିଲେ । ଯେଉଁଥିରେ କି ନ୍ୟୁଜିଳ୍ୟାଣ୍ଡ ମାତ୍ର ୨୪୬ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା ଏବଂ ଏକ ଇଂନିସ୍ ଓ ୩୨୪ ରନ୍‌ର ବିଜୟ ହାସଲ କରିଥିଲେ । ସେହି ଖେଳରେ ଇଞ୍ଜାମାମ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

11 − three =