ଲାହୋର: ପାକିସ୍ତାନ ଚୟନକର୍ତ୍ତାମାନେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ପାକିସ୍ତାନ ଦଳ ଘୋଷଣା କରିଛନ୍ତି । ଦଳକୁ ଚାରିଜଣ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଫେରିଥିବା ବେଳେ ଯୁବ ଖେଳାଳି ଆଜାମ ଖାନଙ୍କୁ ସୁଯୋଗ ମିଳିଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ଦଳ ଇଂଲଣ୍ଡ ଗସ୍ତରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟାକ ଟି -୨୦ ମ୍ୟାଚ୍ ଖେଳିବ । ଏହା ପରେ ପାକିସ୍ତାନ ଇଣ୍ଡିଜ୍ ବିପକ୍ଷ ପାଞ୍ଚ ଟି -୨୦ ମ୍ୟାଚ୍ ସିରିଜ୍ ବ୍ୟତୀତ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ଦିନିକିଆ ଦଳରେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ହ୍ୟାରିସ୍ ସୋହେଲଙ୍କୁ ଚୟନ କରାଯାଇଥିବାବେଳେ ଇମଦାଦ ୱାସିମ ଟି -୨୦ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏମାନଙ୍କ ବ୍ୟତୀତ ମହମ୍ମଦ ଅବ୍ୱାସ ଏବଂ ନାସିମ ଶାହା ଟେଷ୍ଟ ଦଳକୁ ଫେରିଛନ୍ତି । ସମସ୍ତ ତିନୋଟି ଦଳର ନେତୃତ୍ୱ ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜାମଙ୍କ ନେବେ ଓ ଶାଦବ ଖାନ ଦିନିକିଆ ଏବଂ ଟି -୨୦ ରେ ଉପ-ଅଧିନାୟକ ରହିବେ ।
ଦିନିକିଆ ଦଳ: ବାବର ଆଜାମ (ଅଧିନାୟକ), ଶାଦବ ଖାନ (ଉପ-ଅଧିନାୟକ), ଅବଦୁଲ୍ଲା ଶାଫିକ୍, ଫହିମ ଆଶ୍ରାଫ, ଫଖର ଜମାନ, ହାଇଦର ଅଲି, ହାରିସ ରାଉଫ, ହାରିସ ସୋହେଲ, ହାସନ ଅଲି, ଇମାମ-ଉଲ-ହକ, ମହମ୍ମଦ ହସନେନ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ୍, ସଲମାନ ଅଲି ଆଗା, ସରଫରାଜ ଅହମ୍ମଦ, ସୟଦ ଶକିଲ, ଶାହିନ୍ ଶାହା ଆଫ୍ରିଦି ଏବଂ ଉସମାନ କାଦିର ।
ଟି -୨୦ ଦଳ: ବାବର ଆଜାମ (କ୍ୟାପଟେନ), ଶାଦବ ଖାନ (ଉପ-କ୍ୟାପଟେନ), ଅର୍ଶଦ ଆକବଲ, ଆଜମ ଖାନ, ଫହିମ ଆଶ୍ରାଫ, ଫଖର ଜମାନ, ହାୟଦାର ଅଲି, ହାରିସ ରାଉଫ, ହାସନ ଅଲି, ଇମଦାଦ ୱାସିମ, ମହମ୍ମଦ ହାଫିଜ, ମହମ୍ମଦ ନଜଜ ମହମ୍ମଦ ରିଜୱାନ୍, ମହମ୍ମଦ ୱାସିମ୍ ଜୁ ।
ଟେଷ୍ଟ ଦଳ: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ଉପ-ଅଧିନାୟକ), ଅବଦୁଲ୍ଲା ଶାଫିକ୍, ଆବିଦ୍ ଅଲି, ଅଜହର ଅଲି, ଫହିମ ଆଶ୍ରାଫ, ଫୱାଦ ଆଲାମ, ହାରିସ ରାଉଫ, ହାସନ ଅଲି, ଇମ୍ରାନ ବଟ, ମହମ୍ମଦ ଅବ୍ୱାସ, ମହମ୍ମଦ ନୱାଜ, ନାସିମ ଶାହା, ନୌମାନ ଅଲି, ସାଜିଦ ଖାନ, ସଫରାଜ ଅହମ୍ମଦ, ସୟଦ ଶକିଲ, ଶାହିନ ଶାହା ଆଫ୍ରିଦି, ଶାହନାୱାଜ ଡାହାନି, ୟାସିର ଶାହା ଏବଂ ଜାହିଦ ମହମୁଦ ।