ମେସିଙ୍କ ସ୍ୱପ୍ନ ପୂରଣ ହେଲା, କୋପା ଆମେରିକା ଟାଇଟଲ ଜିତିଲା ଆର୍ଜେଣ୍ଟିନା

0 122

ନୂଆଦିଲ୍ଲୀ : କୋପା ଆମେରିକା ୨୦୨୧ ଫାଇନାଲରେ ଆର୍ଜେଣ୍ଟିନା ନେମାରଙ୍କ ବ୍ରାଜିଲକୁ ପରାସ୍ତ କରି ୨୮ ବର୍ଷ ପରେ କୋପା ଆମେରିକା ଟାଇଟଲ ଜିତିବାରେ ସଫଳ ହୋଇଛି । ଫାଇନାଲରେ ମେସି (ଲିଓନେଲ ମେସି) ଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ରେ ପରାସ୍ତ କରି ଟାଇଟଲ ହାସଲ କରିଛି । ୧୯୯୩ ପରଠାରୁ ଏହା ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା ଦଳ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରମୁଖ ଟାଇଟଲ୍‌ ଜିତିବାରେ ସଫଳ ହୋଇଛି । ମେସିଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଦୁଇଥର କୋପା ଆମେରିକାର ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଉଭୟ ଥର ପରାଜୟର ସାମ୍ନା କରିଥିଲା । କିନ୍ତୁ ଏଥର ମେସିଙ୍କ ଅଧିନାୟକତ୍ୱରେ ଆର୍ଜେଣ୍ଟିନା ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଜିତିବାରେ ସଫଳ ହୋଇଛି । ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଏବଂ ବ୍ରାଜିଲ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଯାହା ପ୍ରଶଂସକଙ୍କ ହୃଦୟ ଜିତିଥିଲା । ମ୍ୟାଚର ୨୨ ତମ ମିନିଟରେ ଡି ମାରିଆ ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ । କିନ୍ତୁ ଏହା ପରେ ମଧ୍ୟ ବ୍ରାଜିଲ ଦଳ ସେମାନଙ୍କ ଆକ୍ରମଣାତ୍ମକ ଖେଳରେ କୌଣସି ପରିବର୍ତ୍ତନ କରିନଥିଲେ କିନ୍ତୁ ଭାଗ୍ୟ ଆର୍ଜେଣ୍ଟିନା ସହିତ ଥିଲା । ଏହି ବିଜୟ ପରେ ଆର୍ଜେଣ୍ଟିନାର ଅଧିନାୟକ ମେସି ଭାବବିହ୍ୱଳ ହୋଇଯାଇଥିଲା ।

hiring
hiranchal ad1
Leave A Reply

Your email address will not be published.

eighteen − fifteen =