ଏହି ୫ ବିଦେଶୀ ଖେଳାଳି ଆଇପିଏଲରେ କରିପାରନ୍ତି ଡେବ୍ୟୁ

0 131

କରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ ୨୦୨୦ ଆୟୋଜନ ପାଇଁ ବାଟ ଫିଟିଛି । ଏହି ପ୍ରିମିୟର ଲିଗ୍ ଏବେ ୟୁଏଇ ଖେଳାଯିବ । ଏହାର ଆୟୋଜନ ସହ ଏବେ ବିଦେଶୀ ଖେଳାଳିଙ୍କ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆସନ୍ତା ଆମେ ଏମିତି ୫ ବିଦେଶୀ ଖେଳାଳିଙ୍କ ବିଷୟରେ ଜଣାଇବାକୁ ଯେଉଁମାନେ ଚଳିତ ଆଇପିଏଲରେ ଡେବ୍ୟୁ କରିପାରନ୍ତି । ଏମାନଙ୍କ ମଧ୍ୟ ଦୁଇଜଣଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେମାନେ ହେଲେ ଅଷ୍ଟ୍ରେଲିଆର ଏଲେକ୍ସ କ୍ୟାରୀ ଓ ଟାଁ ବଣ୍ଟନ । ଉଭୟେ ଲମ୍ବା ଲମ୍ବା ଛକା ଲଗାଇବାରେ ମାହିର ।
ଉସୁରୁ ଉଡାନ : ଉସୁରୁ ଉଡାନଙ୍କ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରଲାୟ ଚ୍ୟାଲେଜର୍ସ ବାଙ୍ଗାଲୋର ୫୦ଲକ୍ଷ ଟଙ୍କାରେ କିଣିଛି । ଇସୁରୁ ପ୍ରଥମ ଥର ପାଇଁ ଆଇପିଏଲ ଖେଳିବେ । ଶ୍ରୀଲଙ୍କାର ଏହି ଅଲରାଉଣ୍ଡର ଖେଳାଳି ଆରସିବି ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି । ଉଡାନ ୧୮ ଦିନିକିଆ ଓ ୩୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଶ୍ରୀଲଙ୍କା ପାଇଁ ଖେଳିଛନ୍ତି ।
ଜୋଶୁଆ ଫିଲପ : ଅଷ୍ଟ୍ରେଲିଆର ଜୋଶୁଆ ଫିଲିପ ବିଗବସ ଲିଗରେ ୧୬ଟି ମ୍ୟାଚ୍ ଖେଳି ୪୮୭ ରନ କରି ଚର୍ଚ୍ଚାକୁ ଆସିଥିଲେ । ଆଇପିଏଲ ଏହି ଖେଳାଳିଙ୍କୁ ଆରସିବି କିଣିଛି । ଆରସିବି ପାଇଁ ଏହି ବ୍ୟାଟ୍ସମ୍ୟାନ ଓପନିଂ କରିପାରନ୍ତି ।
ଶୋଲ୍ଡନ କଣ୍ଟ୍ରିଲ : ୱେଷ୍ଟଇଣ୍ଡିଜର ପେସର ଶୋଲ୍ଡନ କଣ୍ଟ୍ରିଲକୁ ୮.୫ କୋଟିରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ କିଣିଛି । ପଞ୍ଜାବ ପାଖରେ ବିଦେଶୀ ବୋଲରଙ୍କ ଅଭାବ ଥିଲା । ଏହି ଅଭାବ କଣ୍ଟ୍ରିଲ ପୂରଣ କରିବେ ବୋଲି କୁହାଯାଉଛଇ । ଗତ ସିପିଏଲରେ କଣ୍ଟ୍ରିଲ ୮ ମ୍ୟାଚରେ ୧୨ ଉଇକେଟ ନେଇଥିଲେ ।
ଆଲେକ୍ସ କେରୀ : ଅଷ୍ଟ୍ରେଲିଆ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କେରୀ ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳିବେ । କେରୀ କ୍ୟାପିଟାଲର ଲୟର ମିଡିଲ ଅର୍ଡର ସମ୍ଭାଳିବା ସହ ଫିନିଶର ଭୂମିକା ନିଭାଇପାରିବେ । ସେହିପରି ପନ୍ତଙ୍କ ଜାଗରେ ଉଇକେଟ କିପିଂ ମଧ୍ୟ କରିପାରନ୍ତି ।
ଟମ ବଣ୍ଟନ : ଇଂଲଣ୍ଡ ଯୁବର ଓପନର ଟମ ବଣ୍ଟନ ସମରସେଟ୍ ପାଇଁ ଖେଳି ୨୦୧୯ରେ ୪୨.୨୩ ଆଭରେଜରେ ୫୪୯ ରନ ସଂଗ୍ରହ କରିଥିଲେ । ବଣ୍ଟନ ଆବୁଧାବୀରେ ଖେଳାଯାଇଥିବା ଟି-୧୦ ଲିଗ୍‌ରେ ୫ଟି ମାଚ୍ ଖେଳି ୨୦୦ଷ୍ଟ୍ରାଇକ ରେଟରେ ୧୬୨ ରନ କରିଥିଲେ । ଚଳିତ ଆଇପିଏଲରେ ବଣ୍ଟନ ଡେବ୍ୟୁ କରିପାରନ୍ତି ।

hiranchal ad1
Leave A Reply

Your email address will not be published.

3 + 1 =