ପରଲୋକରେ କିମ୍ବଦନ୍ତୀ ଧାବକ ମିଲଖା ସିଂହ, ୫ ଦିନ ପୂର୍ବରୁ ପତ୍ନୀଙ୍କୁ ହରାଇଥିଲେ

0 501

ଚଣ୍ଡିଗଡ : ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଂ ଶିଖ୍ ଭାବ ପରିଚିତ ମିଲଖା ସିଂହଙ୍କ ପରଲୋକ ହୋଇଯାଇଛି । କରୋନା କାରଣରୁ ଶୁକ୍ରବାର ରାତି ୧୧:୩୦ରେ ତାଙ୍କର ମୃତ୍ୟୁ ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୫ ଦିନ ପୂର୍ବେ ପୋଷ୍ଟ କୋଭିଡ ଜଟିଳତା ହେତୁ ତାଙ୍କ ପତ୍ନୀ ନିର୍ମଳ କୌରଙ୍କ ଦେହାନ୍ତ ହୋଇଥିଲା । ମିଲଖା ସିଂ ଚଣ୍ଡିଗଡ଼ର ପିଜିଆଇରେ ଗତ ୧୫ ଦିନ ହେଲାଣି ଚିକିତ୍ସିତ ହେଉଥିଲେ । ଅମ୍ଳଜାନ ସ୍ତର ହ୍ରାସ ହେତୁ ତାଙ୍କୁ ଜୁନ୍ ୩ ରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତମାସରେ ମିଲଖା କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ କ୍ରୀଡା ଜଗତ ସ୍ତବ୍ଧ ହୋଇଯାଇଛି ।
ମିଲଖା ସିଂହଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ମୁଁ ଏଇ ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହିତ । ମିଲଖା ସିଂହଙ୍କ ଜୀବନି, ସଂଘର୍ଷ ଏବଂ ଚରିତ୍ର ଯୁବପୀଢୀ ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ । ଆହୁରି ମଧ୍ୟ ରାଷ୍ଟ୍ରପତି ଜଣାଇଛନ୍ତି ଯ, ଶୋକସନ୍ତପ୍ତ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମିଲଖା ମୃତ୍ୟୁକୁ ନେଇ ଶୋକ ଜଣାଇଛନ୍ତି । ମୋଦି କହିଛନ୍ତି ଆମେ ଏକ ମହାନ୍ ଖେଳାଳୀଙ୍କୁ ହରାଇଲୁ । ଭାରତୀୟ ଦଳରେ ମିଲଖା ସିଂହଙ୍କ ସ୍ଥାନ ସ୍ୱତନ୍ତ୍ର । ସେ ଆହୁରି କହିଛନ୍ତି ଯେ, ମିଲଖାଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପ୍ରେରଣା । ମୁଁ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ତାଙ୍କର ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × three =