ସ୍ୱର୍ଣ୍ଣ ବିଜେତା ନୀରଜଙ୍କ ଉପରେ ଧନବର୍ଷା, କିଏ ଦେଲା କେତେ ଜାଣନ୍ତୁ

0 188

ନୂଆଦିଲ୍ଲୀ : ଅଲମ୍ପିକ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନିରଜ ଚୋପ୍ରା ସୁପରଷ୍ଟାର ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ ଅଲମ୍ପିକର ୧୨୫ ବର୍ଷ ଇତିହାସରେ କୌଣସି ଭାରତୀୟ ଖେଳାଳି ଆଥଲେଟିକରେ ପଦକ ଜିତିନଥିଲେ । ତାଙ୍କ ପ୍ରଦର୍ଶନ ଯୋଗୁଁ ଭାରତ ଅଲମ୍ପିକ ଇତିହାସରେ ସବୁଠାରୁ ଭଲ ପ୍ରଦର୍ଶନ କରି ପ୍ରଥମଥର ୭ ପଦକ ଜିତିଛି । ନିରଜ ଚୋପ୍ରାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଇପିଏଲ ଟିମ ଚେନ୍ନାଇ ସୁପରକିଙ୍ଗସ ବିଶେଷ ଜର୍ସି ଜାରି କରିବାକୁ ଘୋଷଣା କରିଛି ।
ସିଏସକେ ଟିମ ତରଫରୁ ନିରଜ ଚୋପ୍ରାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ । ସିଏସକେ ପ୍ରବକ୍ତା କହିଛନ୍ତି, ‘ଭାରତୀୟ ହିସାବରେ ନିରଜ ଚୋପ୍ରାଙ୍କ ପାଇଁ ଆମେ ଗର୍ବିତ । ଟୋକିଓ ଅଲିମ୍ପିକରେ ତାଙ୍କ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ କ୍ରୀଡା ପ୍ରତି ପ୍ରେରିତ କରିବ । ଏହାଦ୍ୱାରା କ୍ରୀଡାର ଉଚ୍‌ଚତମ ସ୍ତର ହାସିଲ କରିବାକୁ ପ୍ରୟାସ କରିବେ ।’ ସିଏସକେ କହିଛି ଯେ ନିରଜ ଚୋପ୍ରାଙ୍କ ସମ୍ମାନରେ ଫ୍ରାଞ୍ଚାଇଜି ତରଫରୁ ଏକ ବିଶେଷ ଜର୍ସି ମଧ୍ୟ ୮୭୫୮ ନମ୍ବର ଜାରି କରାଯିବ । ନିରଜ ଚୋପ୍ରା ଟୋକିଓରେ ୮୭.୫୮ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଅଲିମ୍ପିକରେ ବ୍ୟକ୍ତିଗତ ଖେଳରେ ସ୍ୱର୍ଣ୍ଣ ପଦକ ଜିତିବାରେ ନିରଜ ଚୋପ୍ରା ଦ୍ୱିତୀୟ ଭାରତୀୟ ଆଥଲେଟ । ତାଙ୍କ ପୂର୍ବରୁ ଶୁଟିଂରେ ଅଭିନବ ବିନ୍ଦ୍ରା ୨୦୦୮ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ନିରଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କଥା ଯଦି କୁହାଯାଏ ତାହେଲେ ୮୮.୦୭ ମିଟର ଥିଲା ଯାହା ସେ ଚଳିତ ବର୍ଷ କରିଥିଲେ । କିନ୍ତୁ ଅଲିମ୍ପିକରେ ସେ ୮୭.୫୮ ମିଟର ସହ ସ୍ୱର୍ଣ ପଦକ ହାସଲ କରିଛନ୍ତି ।
ନିରଜ ଚୋପ୍ରାଙ୍କ ଐତିହାସିକ ବିଜୟ ପରେ ସବୁଆଡୁ ପୁରସ୍କାର ଘୋଷଣା କରାଯାଉଛି । ଏବେ ଯାଏଁ ତାଙ୍କୁ ୧୨ କୋଟି ଟଙ୍କା ପୁରସ୍କାର ଘୋଷଣା ହୋଇଛି । ହରିୟାଣା ସରକାର ୬ କୋଟି, ପଞ୍ଜାବ ସରକାର ୨ କୋଟି, ବିସିସିଆଇ ଓ ସିଏସକେ ତରଫରୁ କୋଟିଏ ଲେଖାଏଁ, ମଣିପୁର ସରକାରଙ୍କ ତରଫରୁ ଏକ କୋଟି ଏବଂ ଭାରତ ସରକାରଙ୍କ ତରଫରୁ ୭୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି ।
ସେହିପରି ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ପୁରସ୍କାର ଘୋଷଣା କରିଛନ୍ତି । ସେ କହିଛନ୍ତି ନୀରଜ ସ୍ୱଦେଶ ଫେରିବା ପରେ ତାଙ୍କୁ ଏସ୍‌ୟୁବି ୭୦୦ ଗିଫ୍ଟ କରିବି । ଅନ୍ୟ ପକ୍ଷରେ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ନୀରଜଙ୍କୁ ଏକବର୍ଷ ପାଇଁ ମାଗଣା ବିମାନ ସେବା ଯୋଗାଇ ଦେବାକୁ ଘୋଷଣା କରିଛି ।

hiranchal ad1
Leave A Reply

Your email address will not be published.

four × 3 =