କଲମ୍ବୋ : ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଶ୍ରୀଲଙ୍କାରେ କ୍ୱାରେଣ୍ଟାଇନ ସମାପ୍ତ କରି ଅଭ୍ୟାସ ଆରମ୍ଭ କରିଛି । ଭାରତୀୟ ଦଳ ଦୁଇଟି ଟିମ୍ରେ ବିଭକ୍ତ ହୋଇ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏଥିରେ ଭୁବନେଶ୍ୱର କମାରଙ୍କ ନେତୃତ୍ୱାଧୀନ ଟିମ୍ ବିଜୟୀ ଲାଭ କରିଥିଲା । ଶିଖର ଧାୱନ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ଶିଖର ଓ ଗାଏକ୍ୱାଏଡ ଓପନିଂ କରିଥିଲେ । ଶିଖର ବେଶି କିଛି କରିପାରିନଥିବା ବେଳେ ଋତୁରାଜ ଗାଏକ୍ୱାଏଡ ୩୦ରନର ପାରି ଖେଳିଥିଲେ । ସେହିପରି ଦଳ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ ୪୫ ବଲରେ ୬୩ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୫୪ ରନ କରିଥିଲା ।
ଏହାର ଜବାବରେ ଭୁବିଙ୍କ ନେତୃତ୍ୱାଧୀନ ଦଳ ଏହି ଟାର୍ଗେଟକୁ ଖୁବ ସହଜରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ପୃଥ୍ୱୀ ସୋ ଓ ଦେବଦତ୍ତ ପାଡିକଲ ଓପନିଂ ଯୋଡି ୬୦ ରନର ଧୁଆଁଧାର ଇନିଂସ ଖେଳିଥିଲେ । ସେହିପରି ସୂର୍ଯ୍ୟାକୁମାର ଧୁଆଁଧାର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳ ୧୭ ଓଭରରେ ଏହି ଟାର୍ଗେଟକୁ ହାସଲ କରିନେଇଥିଲା । ଏହି ମ୍ୟାଚରେ ବୋଲିଂରେ ଭୁବନେଶ୍ୱର କୁମାର ସଫଳ ବୋଲର ଭାବେ ୪ ଓଭରରେ ୨୩ ରନ ଦେଇ ୨ଟି ଉଇକେଟ ନେଇଥିଲେ ।