ଆଇପିଏଲ୍ ୨୦୨୧ ପରେ ଧୋନି ଅବସର ଗ୍ରହଣ କରିବେ କି ? ସାଥୀ କ୍ରିକେଟର କହିଲେ ଏମିତି କଥା

0 59

ନୂଆଦିଲ୍ଲୀ : ୧୫ ଅଗଷ୍ଟ ୨୦୨୦ ରେ, ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି କ୍ରିକେଟ୍ ଖେଳରୁ ହଠାତ୍ ଅବସର ଘୋଷଣା କରି କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଧୋନି କୌଣସି ଅବସର ମ୍ୟାଚ୍ କିମ୍ବା ବିଦାୟ ଭାଷଣ ବିନା ଚୁପ୍‌ଚାପ ଖେଳକୁ ବିଦାୟ ଦେଇଥିଲେ । ୩୯ ବର୍ଷୀୟା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକମାନଙ୍କୁ ତାଙ୍କ ଅବସର ବିଷୟରେ ସୂଚନା ଦେଇଥିଲେ । ବର୍ତ୍ତମାନ ଆଇପିଏଲରୁ ସେ କେବେ ନେବେ ସେ ବିଷୟରେ ଚର୍ଚ୍ଚା ହେଉଛି, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସରେ ତାଙ୍କ ସହ ଖେଳିଥିବା ରିତୁରାଜ ଗାଇକୱାଡ କହିଛନ୍ତି ଯେ ସେ କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା କେହି ଜାଣନ୍ତି ନାହିଁ ।
ଧୋନୀଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାବେଳର ସମୟ ବିଷୟରେ ରିତୁରାଜ ଗାଇକୱାଡ ଏକ ଖୁଲାସା କରି କହିଥିଲେ ଯେ ଚେନ୍ନାଇରେ ଧୋନିଙ୍କ ସହ ପ୍ରାୟ ୧୦ ରୁ ୧୫ ଖେଳାଳି ଟ୍ରେନିଂ ନେଉଥିଲେ, କିନ୍ତୁ ୧୫ ଅଗଷ୍ଟରେ ସେ ଯେପରି ଭାବରେ ଅବସର ନେଲେ ତାହା କୌଣସି ଖେଳାଳି ଜାଣିପାରିନଥିଲେ । ସେ ଅନ୍ୟ ଦିନ ଭଳି ଅଭ୍ୟାସ କରିଥିଲେ । ଇଣ୍ଟରନେଟ୍ ମିଡିଆ ମାଧ୍ୟମରେ ଧୋନିଙ୍କ ଅବସର ବିଷୟରେ ଖେଳାଳିମାନେ ଜାଣିଥିଲେ । ଧୋନିଙ୍କ ଆଇପିଏଲରୁ ଅବସର ନେବା ସଂପର୍କରେ ତାଙ୍କୁ ଯେତେବେଳେ ପଚରାଯାଇଥିଲା ସେ କହିଥିଲେ ଯେ ସିଏସକେ ଅଧିନାୟକଙ୍କ ମନରେ କ’ଣ ଚାଲିଛି ତାହା କେହି ଜାଣନ୍ତି ନାହିଁ ।
ଇଣ୍ଡିଆ ଟିଭି ସହ କଥାବାର୍ତ୍ତା କରି ଗାଇକୱାଡ ଏହା କହିଛନ୍ତି ।

hiranchal ad1
Leave A Reply

Your email address will not be published.

11 − ten =