ନୂଆଦିଲ୍ଲୀ : ୟୁଏଇରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ (ଆଇପିଏଲ୍ ୨୦୨୧) ର ପୁନଃଆରମ୍ଭ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାରିଖ ସ୍ଥିର କରିଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ରେ ଖେଳାଯିବ ଏବଂ ଫାଇନାଲ ଅକ୍ଟୋବର ୧୫ ରେ ଅନୁଷ୍ଠିତ ହେବ । ଏହି ଦିନ ଦଶହରା ମଧ୍ୟ ପଡୁଛି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ କୁ ସୂଚନା ଦେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ବିସିସିଆଇ ଏବଂ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ଆଲୋଚନା ଭଲ ଚାଲିଛି ଏବଂ ବାକି ଆଇପିଏଲ୍ ମ୍ୟାଚ୍ ଦୁବାଇ, ଶାରଜା ଏବଂ ଆବୁଧାବିରେ ସଫଳତାର ସହ ଅନୁଷ୍ଠିତ ହେବ ବୋଲି ଭାରତୀୟ ବୋର୍ଡ ନିଶ୍ଚିତ କରିଛି । ।
ତେବେ ଚଳିତ ସିଜିନରେ ମୋଟ୍ ୫୮ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି। ଯେଉଁଥିରେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଚତୁର୍ଥରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ, ସପ୍ତମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶେଷରେ ରହିଛି ସନ ରାଇଜର୍ସ ହାଇଦ୍ରାବାଦ ।