ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ କରିଛନ୍ତି । ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି । ଫଳରେ ସିନ୍ଧୁଙ୍କଠାରୁ ପଦକ ଆଶା କରିଛି ଭାରତ ।