ଅଶ୍ୱିନ କହିଲେ ଏହି ଭାରତୀୟ ଖେଳାଳି ଯେକୌଣସି ଦଳଠାରୁ ମ୍ୟାଚ୍ ଛଡାଇ ନେଇପାରିବେ

0 97

ନୂଆଦିଲ୍ଲୀ : ୨୦୨୧ ବର୍ଷ ଭାରତୀୟ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କ୍ୟାରିୟର ପାଇଁ ବହୁତ ଭଲ ରହିଛି । ପ୍ରାୟ ଏକ ବର୍ଷ ପୂର୍ବେ ତାଙ୍କ ନେଇ ଖୁବ୍ ଆଲୋଚନା ହେଉଥିଲା ଓ ତାଙ୍କ ସୀମିତ ଓଭର କ୍ରିକେଟରୁ ମଧ୍ୟ ବିଦା ହେବାକୁ ପଡିଥିଲା । ସେତେବେଳ କୁହାଯାଉଥିଲା ଯେ, ବୋଧହୁଏ ପନ୍ତଙ୍କର କ୍ୟାରିୟର ଏଠାରେ ହିଁ ଶେଷ ହୋଇଛି । କିନ୍ତୁ ଅଷ୍ର୍ଟ୍ରେଲିଆ ଗସ୍ତ ସମୟରେ ସେ ଟେଷ୍ଟ କ୍ରିକେଟରେ କରିଥିବା ପ୍ରଦର୍ଶନ ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲା । ବ୍ୟାଟ୍ ସହିତ ଷ୍ଟମ୍ପ ପଛରେ ମଧ୍ୟ ସେ ଭଲ କରିଥିଲେ । ସିଡନୀରେ ୯୭ ରନ ଏବଂ ଗାବାରେ ଅପରାଜିତ ୮୯ ରନ କରି ଦଳକୁ ଐତିହାସିକ ବିଜୟ ଦେଇଥିଲେ । ଏହାପରେ ପନ୍ତ ଦଳର ଜଣେ ନିର୍ଭରଯୋଗ୍ୟ ଖେଳାଳି ହୋଇଯାଇଛି । ବର୍ତ୍ତମାନ ତାଙ୍କୁ ଆର ଅଶ୍ୱିନ୍ ସ୍ୱତନ୍ତ୍ର ଖେଳାଳି ମାନ୍ୟତା ଦେଇଛନ୍ତି ।
ଆର ଅଶ୍ୱିନ୍ ସ୍ୱୀକାର କରିଛନ୍ତି ଯେ ପନ୍ତ ଯେକୌଣସି ଦଳ ପାଖରୁ ବିଜୟ ଛଡ଼ାଇ ନେଇ ପାରିବେ । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ ସୂଚନା ଦେଇ ଆର ଅଶ୍ୱିନ୍ କହିଛନ୍ତି, “ଆମେ ସମସ୍ତେ ଜାଣୁ କି ଋଷଭ ପନ୍ତ କେଉଁ ପ୍ରକାର ଖେଳାଳି । ସେ ଖେଳକୁ ବିରୋଧୀ ଦଳଠାରୁ ଦୂରେଇ ନେଇ ପାରିବେ । ଆମର ୱିକେଟ୍ କିପର ୬ ନମ୍ବର ଏବଂ ପାଞ୍ଚ ଜଣ ବୋଲରଙ୍କ ସହ ବ୍ୟାଟିଂ କରୁଛନ୍ତି । ତାଙ୍କର ନିର୍ଭିକ ଓ ପ୍ରାକୃତିକ ବ୍ୟାଟିଂ ତାଙ୍କୁ ସ୍ୱତନ୍ତ୍ର କରିଛି ବୋଲି ସେ କହିଛନ୍ତି । ପନ୍ତ ୬ ନମ୍ବରରେ ବ୍ୟାଟିଂ କରୁଥିବାରୁ ଦଳକୁ ୫ଜଣ ବୋଲର ଖେଳାଇବାରେ ମଧ୍ୟ ସୁବିଧା ହେଉଛି । ଯାହା ଦଳ ପାଇଁ ଅତ୍ୟନ୍ତ ଫଳପ୍ରଦ ହେଉଛି ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 2 =