ନୂଆଦିଲ୍ଲୀ : ଶ୍ରୀଲଙ୍ଗା ଗସ୍ତରେ ଥିବା ଭାରତୀୟ ଦଳ ଭିତରେ କରୋନା ପ୍ରବେଶ କରିଛି । ଭାରତୀୟ ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଆଜି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ପାଣ୍ଡ୍ୟା ପିଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦କୁ ସ୍ଥଗିତ ରଖାଯାଇଛି । ଏହି ମ୍ୟାଚ୍ ଆସନ୍ତାକାଲି ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ସେହିପରି ୨୯ ତାରିଖରେ ହେବାକୁ ଥିବା ତୃତୀୟ ଟି-୨୦ଆସନ୍ତା ଶୁକ୍ରବାର ହେବ ବୋଲି କୁହାଯାଉଛି ।