ବୌଦ୍ଧ,୨୩/୫- ଆଜି ସକାଳେ ଗଛରେ ଚଢି ଆମ୍ବ ତୋଳୁଥିବା ବେଳେ ପୁରୁଣା କଟକ ଥାନା ବୁରୁବୁଡା ଗ୍ରାମର ଜଣେ ଯୁବକ ଅସାବଧାନତା ବଶତଃ ଗଛରୁ ତଳକୁ ଖସିପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଗ୍ରାମ ପଞ୍ଚାୟତ ବୁରୁବୁଡା ଗ୍ରାମର ରାଜୀବ ରଣା (୨୪) ନାମକ ଜଣେ ଯୁବକ ଗ୍ରାମର ଆମ୍ବବୁରିକୁ ଆମ୍ବ ତୋଳିବା ପାଇଁ ଯାଇଥିଲେ । ଆମ୍ବ ତୋଳୁଥିବା ବେଳେ ଅସାବଧାନତା ବଶତଃ ଗଛ ଉପରୁ ଖସି ପଡି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ରାଜୀବ ରଣା ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଛୋଟ ଶିଶୁ କନ୍ୟା ରହିଛି ।