ଗଜପତି ଜିଲ୍ଲାର ୭୪ଜଣ ପ୍ରଧାନ ଶିକ୍ଷକଙ୍କୁ ପଦୋନ୍ନତି

0 491

ପାରଳାଖେମୁଣ୍ଡି,୮/୧୦- ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଗଜପତି ଜିଲ୍ଲାର ୭୪ ଜଣ ଶିକ୍ଷକଙ୍କୁ ଲେବଲ ୩ରେ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରିଛନ୍ତି । ଜିଲ୍ଲାର ବରିଷ୍ଠ ଶିକ୍ଷକଙ୍କ ମଧ୍ୟରୁ କାଶୀନଗର ବ୍ଲକରୁ ୧୩ ଜଣ, ଗୁମ୍ମା ବ୍ଳକରୁ ୧୨ ଜଣ, ଗୋଶାଣୀ ବ୍ଳକରୁ ୨୨ଜଣ ଓ ମୋହନା ବ୍ଳକରୁ ୭ଜଣ, ନୂଆଗଡ ବ୍ଳକରୁ ୫ ଜଣ, ରାୟଗଡ ବ୍ଳକରୁ ୧୦ଜଣ, ଆରଉଦୟଗିରି ବ୍ଲକରୁ ୫ ଜଣ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ଜିଲ୍ଲାର ବିଭିନ୍ନ ବ୍ଳକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ପଦୋନ୍ନତି ଆଦେଶ ପ୍ରଦାନ କରାଯାଇଥିଲା । ଅନୁରୁପ ଭାବେ କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ।ଳୟରେ ଶିକ୍ଷା ଅଧିକାରୀ ଡ଼.ବୃଷକେତୁ ଦାସ ବ୍ଳକର ୧୩ ଜଣ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ । କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ।ଳୟ ସମ୍ମିଳନୀ କକ୍ଷରେ ପଦୋନ୍ନତି ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟି କିଶୋର କୁମାର, ସିଆରସିସି ଗୋପାଳ ରାଓ, ବସନ୍ତ ମିଶ୍ର, ମୋହନ ରାଓ, ଉମାକାନ୍ତ ହୋତା, ଶ୍ରୀନିବାସ ରାଓ, ପଣ୍ଡିତ ସି ଏଚ ଭେଙ୍କଟେ ରାଓ ପ୍ରମୁଖ ପ୍ରଧାନ ଶିକ୍ଷକଙ୍କୁ ଉଦବୋଧନ ଦେଇଥିଲେ । ହେମା କୁମାର ଭାସ୍କର ପାତ୍ର ଉତ୍ସବ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

18 − four =