ବୌଦ୍ଧ,୨୫/୭- ଜିଲ୍ଲାରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗର କେତେକ କର୍ମଚାରୀଙ୍କର ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ହେତୁ ଶୁକ୍ରବାର ଦିନ ଜିଲ୍ଲାର ଅନେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନାମାନଙ୍କରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । କୌଣସି ଡାକ୍ତର କିମ୍ବା କର୍ମଚାରୀ ମାନଙ୍କ ଦେଖା ମିଳିନଥିଲା । ଏ ହେଉଛି ଜହ୍ନାପଙ୍କ ଡାକ୍ତରଖାନାର ଦୃଶ୍ୟ । ସକାଳ ପହରରୁ ଡାକ୍ତରଖାନାରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଖୁଣ୍ଟବନ୍ଧ, ପଦ୍ମନପୁର, ତେଲିବନ୍ଧ, ମୁଣ୍ଡାପଡା, ଲକ୍ଷ୍ମୀପ୍ରସାଦ ବ୍ରାହ୍ମଣୀପାଲି, ମୁଣ୍ଡିପଦର ଆଦି ଗ୍ରାମର ରୋଗୀମାନେ ଜହ୍ନାପଙ୍କ ଡାକ୍ତରଖାନା ଉପରେ ନିର୍ଭର କରିଥାଆନ୍ତି । ଗତକାଲି ଅନେକ ସାଧାରଣ ରୋଗୀ ଡାକ୍ତରଖାନା ଆସି ବହୁ ସମୟ ଅପେକ୍ଷା କରି କେହି ନ ଆସିବାରୁ ହତାଶ ହୋଇ ଘରୋଇ ଚିକିତ୍ସା ହେବାକୁ ବାଧ୍ୟ ହୋଇଥିଲେ । ବସ୍ ଚଳାଚଳ ହେଉ ନ ଥିବାରୁ ଅନ୍ୟତ୍ର ଯିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ସଚେତନ ହେବାକୁ ଜନସାଧାରଣରେ ଦାବି ହେଉଛି ।