ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଯୁବକର ମୃତ୍ୟୁ

0 955

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୁଚନା ମୁତାବକ ଆଜି ସକାଳ ସମୟରେ ଉକ୍ତ ଗ୍ରାମର କାର୍ତିକ ପାତ୍ରଙ୍କ ପୁଅ ବିଶ ପାତ୍ର(୩୫) ବିଦ୍ୟୁତ ଟ୍ରାନ୍ସଫର୍ମ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଗ୍ରାମବାସୀଙ୍କ ପାଖରୁ ଖବର ପାଇଁ ବିଦ୍ୟୁତ ବିଭାଗ ସେ ଅଂଚଳର ବିଦ୍ୟୁତ ସରବରାହ ବିଛିନ୍ନ କରି ଦେବଗଡ଼ ପୁଲିସକୁ ଖବର କରିଥିଲେ । ଖବର ପାଇ ଦେବଗଡ଼ ପୁଲିସ ବିଭାଗର ସବ୍-ଇନ୍ସପେକ୍ଟର ଚୈତନ୍ୟ ଗଡ଼ନାୟକ ସଦଳବଳେ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଉଦ୍ଧାର କରି ଏକ ଅପମୃତ୍ୟୃୁ ମାଲା ଋଜ୍ଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୁଲିସ୍ ହସ୍ତାନ୍ତର କରିଛି । ଟ୍ରାନ୍ସଫର୍ମ ଚାରିପାଖରେ ସୁରକ୍ଷା ବାଡ଼ ନ ଥିବାରୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × five =