ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କୁ ଭେଟିଲେ ରେଙ୍ଗାଲି ବିଧାୟକ

0 2,995

ସମ୍ବଲପୁର : ଇଂରେଜ ସରକାର ବିରୁଦ୍ଧରେ ହୋଇଥବା ସ୍ୱାଧୀନତା ସଂଗ୍ରାମରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନର ଏକ ବିଶେଷ ମହତ୍ତ୍ୱ ରହିଛି । ଏହି ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଓ ପୂର୍ଣାଙ୍ଗ ରୂପ ପ୍ରଦାନ କରିବାରେ ସହାୟକ ହୋଇଥିଲା । ସମଗ୍ର ଦେଶରେ ଏହି ଆନ୍ଦୋଳନ ପ୍ରତିଧ୍ୱନିତ ହେବା ସଙ୍ଗେ ସଙ୍ଗେ ଲକ୍ଷଲକ୍ଷ ଦେଶବାସୀ ଏଥିରେ ସାମିଲ ହୋଇଥିଲେ । ଜାତି ଧର୍ମ ବର୍ଣ୍ଣ ଭାଷା ଓ ପ୍ରନ୍ତୀୟ ବିଚାର ଧାରାରୁ ଉର୍ଦ୍ଧ୍ୱକୁ ଆସି ସମଗ୍ର ଭାରତବାସୀ ଏଥିରେ ଝାସ ଦେଇଥିଲେ । ଆମ ଅଞ୍ଚଳ ମଧ୍ୟ ଏହି ଇତିହାସର ଏହି ସ୍ୱର୍ଣ୍ଣିମ ପୃଷ୍ଠାରୁ ବଞ୍ଚି ନଥିଲା । ଆମ ମାଟିର ବହୁ ବୀର ପୁତ୍ର ଓ ବରପୁତ୍ର ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ମାତୃଭୂମିର ସେବାରେ ନିଜକୁ ଉତ୍ସର୍ଗୀକୃତ କରି ଥିଲେ । ସେଭଳି ଏକ ବୀର ଓ ବରପୁତ୍ର ହେଉଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ନୂଆଁଥୁରା ପଞ୍ଚାୟତ ଅଧିନ କଲମୀ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୪ରେ ଆସୀନ ହେଲା ଦିନଠୁ ଓଡିଶାକୁ ମିଳୁଛି ବିଶେଷ ଅଧିକାର । ଏ ବିଷୟରେ ଚାହେ ରାଜ୍ୟପାଳ ନିଯୁକ୍ତି ହେଉ କି ପଦ୍ମଶ୍ରୀ ପୁରସ୍କାର, ସେ ଚାହେ ପାଇକ ବିଦ୍ରୋହର ସ୍ମାରକୀ ହେଉ କି ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ । ସବୁ ବିଷୟରେ ଓଡିଶାକୁ ମୋଦି ସରକାର ଦେଉଛନ୍ତି ବିଶେଷ ଓ ସ୍ୱତନ୍ତ୍ର ଦୃଷ୍ଟି । ଏଥର ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଓଡିଶାରୁ ୭ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସେଥି ମଧ୍ୟରୁ ଜଣେ ହେଉଛନ୍ତି ଆମ ଅଞ୍ଚଳର ଗର୍ବ ଗୌରବ ଶ୍ରୀ ଗୁପ୍ତା । କେନ୍ଦ୍ର ସରକାରଙ୍କ ପକ୍ଷରୁ ନାମ ଘୋଷଣା ହେଲାପରେ ରେଙ୍ଗାଲି ବିଧାୟକ ନାଉରି ନାଏକ ପହଞ୍ଚିଥିଲେ ଦେବାନନ୍ଦ ତାଙ୍କ ବାସଭବନରେ । ଅଗ୍ରୀମ ଶୁଭେଚ୍ଛା ଓ ଶୁଭକାମନା ଜଣେଇବା ସଙ୍ଗେ ସଙ୍ଗେ ସେ ପଚାରି ବୁଝିଥିଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଓ ଦୈନନ୍ଦିନ ଜୀବନ ଚର୍ଚ୍ଚା ବିଷୟରେ । ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା, ଅନୁଭୁତି ଓ ଅଭିଜ୍ଞତା ବିଷୟରେ ଶୁଣିଥିଲେ ତାଙ୍କରି ମୁହଁରୁ । ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପରି ଶ୍ରୀ ଗୁପ୍ତା ସମ୍ବଲପୁର ଜେଲରେ ଏକ ବର୍ଷ କାଳ କାରାବାସ ଭୋଗିଥିଲେ । ଏହି କାର୍ଯ୍ୟକ୍ରମରେ ନାଉରି ନାଏକଙ୍କ ସହିତ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ସରପଞ୍ଚ ବିଦ୍ୟାଧର ମାଝୀ, ବିଜେପି କର୍ମୀ ସୁରେନ୍ଦ୍ର ପ୍ରଧାନ ଓ ମୁରାରୀ ସାହୁ ପ୍ରମୁଖ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

19 − four =