ରାଜ୍ୟ ସରକାର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ

0 83

ଭୁବନେଶ୍ୱର : ରାଜ୍ୟ ସରକାର ଖୁବଶୀଘ୍ର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ । ଚିକିତ୍ସା ସୁବିଧାକୁ ଜନସାଧାରଣଙ୍କ ହାତପାହାନ୍ତାରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୫୨୦ଟି ୧୦୮ ଆମ୍ବୁଲାନ୍ସ ଗଡୁଛି । ଏହା ସତ୍ତ୍ୱେ ବିଭିନ୍ନ ସମୟରେ ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକରେ ତ୍ୱରିତ ଆମ୍ବୁଲାନ୍ସ ଅଭାବରୁ ଆମ୍ବୁଲାନ୍ସକୁ ପହଞ୍ଚାଯାଇପାରୁନାହିଁ । ଏହିସବୁ ନୂଆ ଆମ୍ବୁଲାନ୍ସ କିଣାଯିବା ପରେ ମୁଖ୍ୟତଃ ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକରେ ରଖାଯିବ । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଆମ୍ବୁଲାନ୍ସକୁ ମହଜୁଦ ରଖାଗଲେ ତ୍ୱରିତ ଟେଲିଫୋନ ମାତ୍ରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇପାରିବ । ଏ ସବୁ ଆମ୍ବୁଲାନ୍ସଗୁଡିକୁ ଆସନ୍ତା ୩ ମାସ ମଧ୍ୟରେ କ୍ରୟ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗକୁ ଅନୁମତି ଦେଇଥିବା ବେଳେ ଜାତୀୟ ରାଜପଥ ନିକଟସ୍ଥ ଗ୍ରାମର ବାସିନ୍ଦା ତଥା ବିଭିନ୍ନ ଢାବା ଓ ଦୋକାନଗୁଡିକର କର୍ମଚାରୀଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ ଦିଆଯାଇ ଦୁର୍ଘଟଣା ଘଟିଲେ ସହଯୋଗ ପାଇଁ ତୁରନ୍ତ ଆମ୍ବୁଲାନ୍ସ ସେବାରେ ନିୟୋଜିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୧ ମାର୍ଚ୍ଚ ସୁଦ୍ଧା ଆଦର୍ଶ ଷ୍ଟ୍ରେଚ୍ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରୋମା କେୟାର ସେଣ୍ଟରରେ କିଭଳି ଚିକିତ୍ସା କରାଯାଇପାରିବ, ଅଧିକ ଡାକ୍ତର ଓ ପାରମେଡିକାଲ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ରାଜପଥଗୁଡିକରେ ୨୯ ବ୍ଲାକସ୍ପଟ ଚିହ୍ନଟ ହୋଇଥିବା ବେଳେ ଜାତୀୟ ରାଜପଥଗୁଡିକରେ ୧୪୦ ବ୍ଲାକ୍ ସ୍ପଷ୍ଟ ଚିହ୍ନଟ ହୋଇଛି ।

hiranchal ad1
Leave A Reply

Your email address will not be published.

4 − 4 =