ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, କେମିତି ଜାଣିବେ ଜାଣନ୍ତୁ

0 97

ଭୁବନେଶ୍ୱର ୨୮ ।୭: ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ଦ୍ୱାରା ପରିଚାଳିତ ୨୦୨୦ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଫଳ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବା ପରେ ସାଢେ ୧୧ଟାରେ ବୋର୍ଡର ଦୁଇଟି ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରେ ପରୀକ୍ଷା ଫଳ ଜାଣିହେବ । ଏହାବ୍ୟତୀତ ୫୬୭୬୭୫୦କୁ ଏସ୍‌ଏମ୍‌ଏସ ପଠାଇ ଫଳ ମଧ୍ୟ ଜାଣିହେବ । ପରୀକ୍ଷାର୍ଥୀମାନେ OR 01 ROLL NO ଲେଖି ଏସ୍‌ଏମ୍‌ଏସ୍ କରିବାକୁ ହେବ । ପରୀକ୍ଷା ଫଳରେ କିଛି ତ୍ରୁଟି ଥିଲେ ବୋର୍ଡ ଦ୍ୱାରା ଜାରି ହୋଇଥିବା ୨ଟି ଲ୍ୟାଣ୍ଡଫୋନ୍ ନମ୍ବର ୦୬୭୧-୨୪୧୨୦୫୯ ଏବଂ ୨୪୧୨୦୬୦କୁ ଫୋନ କରି ପଚାରି ବୁଝିହେବ । ଆସନ୍ତା ଅଗଷ୍ଟ ୧୦ ତାରିଖ ଯାଏଁ ଏହି ଦୁଇଟି ନମ୍ବର କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟାଳୟ ସମୟ ମଧ୍ୟରେ ଉପଲବ୍ଧ ହେବ । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ରାଜ୍ୟର ପାଖାପାଖି ୬ଲକ୍ଷ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷା ସହିତ ରାଜ୍ୟର ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ମଧ୍ୟମା, ସଂସ୍କୃତ ପରୀକ୍ଷା ଫଳ ମଧ୍ୟ ଆସନ୍ତାକାଲି ପ୍ରକାଶ ପାଇବ । କୋଭିଡ-୧୯ ମହାମାରୀ ପାଇଁ ଚଳିତ ବର୍ଷ ଖାତା ଦେଖାରେ ବିଳମ୍ବ ହେବାରୁ ଫଳ ପ୍ରକାଶନରେ ପାଖାପାଖି ୨ସପ୍ତାହ ବିଳମ୍ବ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 − 3 =