ଭୁବନେଶ୍ୱର ୩୦ ।୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ୨୪ ଘଣ୍ଟା ମଧ୍ୟରେ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୮ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୪୪୫ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫, ବାଲେଶ୍ୱର ଜିଲ୍ଲାରୁ ୨୦, ବରଗଡ ଜିଲ୍ଲାରୁ ୧୨, ଭଦ୍ରକ ଜିଲ୍ଲାରୁ ୫୩, ବଲାଙ୍ଗୀର ଜିଲ୍ଲାରୁ ୬, ବୌଦ୍ଧ ଜିଲ୍ଲାରୁ ୩, କଟକ ଜିଲ୍ଲାରୁ ୯୭, ଦେବଗଡ ଜିଲ୍ଲାରୁ ୮, ଢେଙ୍କାନାଳ ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୭୨, ଗଞ୍ଜାମ ଜିଲ୍ଲାରୁ ୨୫୦, ଜଗତସିଂହପୁର ଜିଲ୍ଲାରୁ ୮, ଯାଜପୁର ଜିଲ୍ଲାରୁ ୪୬, କଳାହାଣ୍ଡି ଜିଲ୍ଲାରୁ ୪, କନ୍ଧମାଳ ଜିଲ୍ଲାରୁ ୧୪, କେନ୍ଦ୍ରାପଡା ଜିଲ୍ଲାରୁ ୧୪, କେନ୍ଦୁଝର ଜିଲ୍ଲାରୁ ୧୧, ଖୋର୍ଦ୍ଧା ଜିଲ୍ଲାରୁ ୨୨୦, କୋରାପୁଟ ଜିଲ୍ଲାରୁ ୬୬, ମାଲକାନାଗିରି ଜିଲ୍ଲାରୁ ୬୫, ମୟୁରଭଞ୍ଜ ଜିଲ୍ଲାରୁ ୧୬, ନବରଙ୍ଗପୁର ଜିଲ୍ଲାରୁ ୪, ନୟାଗଡ ଜିଲ୍ଲାରୁ ୨୪,ପୁରୀ ଜିଲ୍ଲାରୁ ୯, ରାୟଗଡା ଜିଲ୍ଲାରୁ ୪୫, ସମ୍ବଲପୁର ଜିଲ୍ଲାରୁ ୪୦, ସୋନପୁର ଜିଲ୍ଲାରୁ ୪ ଓ ସୁନ୍ଦରଗଡ ଜିଲ୍ଲାରୁ ୭୪ଜଣ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୩୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୨୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୦୦୨୩୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।