ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ଛୁଇଁଲା, ପଜିଟିଭ୍ ସଂଖ୍ୟା ୧୭୭ ହେଲା

0 103

ଭୁବନେଶ୍ୱର : ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଜି ୨କୁ ଛୁଇଁଛି । ଆଜି ଭୁବନେଶ୍ୱର ମଧୁସୂଦନନଗର ଅଂଚଳର ଆକ୍ରାନ୍ତ(୭୭)ଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରର ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଆଜି ମୃତ୍ୟୁବରଣ କରିଥିବା ପଜିଟିଭ୍ ବ୍ୟକ୍ତିଜଣକ କିମ୍ସରେ ଚିକିତ୍ସିତ ଥିଲେ । ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ଆଜି ପୁଣି ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛି । ତାଙ୍କର ବୟସ ୧୮ ବର୍ଷ ହେବ ବୋଲି ଜଣାପଡିଛି । ସେ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି । ଏହି ଆକ୍ରାନ୍ତଙ୍କ ଗସ୍ତ ଓ ସଂପର୍କ ସୂଚୀ ପାଇଁ ତଦନ୍ତ ଆରମ୍ଭ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଜି ଗୋଟିଏ ଟିମ ଗଞ୍ଜାମକୁ ପଠାଇଛନ୍ତି । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଆର୍‌ଏମଆରସି ବୈଜ୍ଞାନିକଙ୍କୁ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ଏମ୍‌କେସିଜିର ଡାକ୍ତର ଟିମ୍ ମଧ୍ୟ ଏଥିରେ ସହଯୋଗ କରିବେ ।

hiranchal ad1
Leave A Reply

Your email address will not be published.

twenty + one =