ଭୁବନେଶ୍ୱର ଏମ୍ସର ୪ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା

0 72

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଚାରିଜଣ ଡାକ୍ତର ତଥା କରୋନା ଯୋଦ୍ଧାଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ ପଠାଯାଇଛି । ଡାକ୍ତରଙ୍କ ସହିତ ଦୁଇ ଆଟେଣ୍ଡେଣ୍ଟଙ୍କୁ ମଧ୍ୟ କ୍ୱାରେଣ୍ଟାଇନ ନିର୍ଦ୍ଦେଶ ଦିଆଯାଇଛି । ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଏହି କରୋନା ଯୋଦ୍ଧାମାନେ ଚିକିତ୍ସା କରିଥିଲେ । ପରେ ସେହି ଡ୍ରାଇଭର ଜଣକ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଥିଲା । ପ୍ରକାଶଯୋଗ୍ୟ ଯେ, କିଛି ଦିନ ତଳେ ମହାରାଷ୍ଟ୍ରର ଏହି ଟ୍ରକ ଡ୍ରାଇଭର ଖୋର୍ଦ୍ଧାରେ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

hiranchal ad1
Leave A Reply

Your email address will not be published.

1 × one =