ବାଲିଗୁଡ଼ା: ସାରା ରାଜ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଦିନକୁଦିନ ବଢ଼ୁଥିବା ବେଳେ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ରୋକିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଆଜି ସନ୍ଧ୍ୟାରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ସହ ପ୍ରଦୀପ ପ୍ରଜ୍ବଳନ ଓ ଯୋଦ୍ଧା ଙ୍କୁ ସହଯୋଗ କରିବାପାଇଁ ଶପଥ ପାଠ କରିବାକୁ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟିମ୍ ହେଲ୍ପ ପକ୍ଷରୁ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବାସହ ଗାନ୍ଧୀ ଛକ ନିକଟରେ ଶପଥଗ୍ରହଣ କାର୍ଯ୍ୟକ୍ରମ କରିଛନ୍ତି । ଏଥିସହିତ ବର୍ତ୍ତମାନ ସମୟରେ ଯେଉଁ ଯୋଦ୍ଧା ମାନେ ଆମ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ କରୋନା ମୁକାବିଲା କରୁଛନ୍ତି ସେମାନଙ୍କୁ ଆମେ ସମସ୍ତେ ସମ୍ମାନ ଜଣାଇବା ସହ ସହଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଟିମ୍ ହେଲ୍ପର ସଦସ୍ୟମାନେ ।
Sign in
Sign in
Recover your password.
A password will be e-mailed to you.
Prev Post