ଅଦଳ ବଦଳ ହେଲେ ମୁଣ୍ଡାପଡା ଓ ବଘିଆପଡା ସମିତି ଡି.ଇ.ଓ

0 963

ବୌଦ୍ଧ,୧୬/୧୨ – ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ସେବା ସମବାୟ ସମିତିରେ ଧାନ କ୍ରୟକୁ ନେଇ ବିବାଦ ଲାଗି ରହିଥିବା ବେଳେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ମୁଣ୍ଡାପଡା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଅଶ୍ୱିନୀ ମହାକୁଳଙ୍କୁ ଖରିଫ ଧାନ କ୍ରୟ ପାଇଁ ବଘିଆପଡା ସମିତିକୁ ପଠାଇଥିବା ବେଳେ ବଘିଆପଡା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର କିରଣ କୁମାର ପ୍ରଧାନଙ୍କୁ ମୁଣ୍ଡାପଡା ସମିତିରେ ସମ୍ପାଦକଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବାକୁ ସହକାରୀ ନିବନ୍ଧକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l ଖରିଫ ଧାନ କ୍ରୟ ପାଇଁ ଚାଷୀଙ୍କ ସ୍ୱାର୍ଥ ଓ ହିତ ଦୃଷ୍ଟିରୁ ଏଭଳି ନିଷ୍ପତି ନିଆ ଯାଇଥିବା ଆଦେଶରେ ଉଲ୍ଲେଖ ରହିଛି | ସହକାରୀ ନିବନ୍ଧକଙ୍କ ଏ ଆଦେଶ ପରେ ମୁଣ୍ଡାପଡା ସମବାୟ ସମିତିର ଧାନ ମଣ୍ଡି ସ୍ବାଭାବିକ ଅବସ୍ଥାକୁ ଫେରି ଆସିବ ବୋଲି ଚାଷୀମାନେ ଆଶା ବ୍ୟକ୍ତ କରିଛନ୍ତି |

hiranchal ad1
Leave A Reply

Your email address will not be published.

5 × 2 =