ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ

0 327

ବୌଦ୍ଧ : ଜିଲ୍ଲାରେ ଜୁଲାଇ ମାସର ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ । ବର୍ଷାର ଅଭାବ ଯୋଗୁଁ ବୁଣା ଯାଇଥିବା ଓ ରୁଆ ଯାଇଥିବା ଧାନ ବିଲ ଗୁଡିକର ମାଟି ଫାଟି ଆଁ କଲାଣି । ଆଉ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ଧାନ ଗଛ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସୁନିଶ୍ଚିତ । ଯେଉଁ ଚାଷୀମାନେ ତଳି ରୁଆ ସାରି ନାହାନ୍ତି ସେମାନେ ପାଣି ଅଭାବରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତଳି ଗୁଡିକ ମଧ୍ୟ ମରିବା ଉପରେ । ସାଲୁଙ୍କୀ ଓ ବାଘନଦୀ ଭଳି ମଧ୍ୟମ ଜଳ ସେଚନ ପ୍ରକଳ୍ପ ଅଂଚଳର କିଛି କିଛି ଗ୍ରାମରେ କେନାଲ ପାଣି ଆସୁଥିବାରୁ ଚାଷ ଚାଲିଥିବା ବେଳେ ଜିଲ୍ଲାର ଅନ୍ୟ ସବୁ ଅଂଚଳରେ ଚାଷ କାମ ଠପ୍ ହୋଇ ଯାଇଛି । ବିଶେଷ ଭାବେ କଣ୍ଟାମାଳ ବ୍ଲକର ସମସ୍ତ ଅଂଚଳ ସମେତ ହରଭଙ୍ଗା ବ୍ଲକର ଅର୍ଦ୍ଧାଧିକ ଗ୍ରାମର ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବୌଦ୍ଧ ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି । ଶ୍ରାବଣ ରେ ବର୍ଷାର ଅଭାବ ଚାଷୀ ମାନଙ୍କୁ ସଙ୍କଟରେ ପକାଇଛି ।

hiranchal ad1
Leave A Reply

Your email address will not be published.

three × 4 =