ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ

0 134

hiring

ଖପ୍ରାଖୋଲ,୧/୮- ଖପ୍ରାଖୋଲ ବ୍ଳକ ଅଞ୍ଚଳ ରେ ଚଳିତ ବର୍ଷ ଜୁଲାଇ ମାସରେ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖା ମିଳୁନାହିଁ । ବର୍ଷା ଅଭାବ ଯୋଗୁଁ ଚାଷ ଜମିଗୁଡିକ ମାଟି ଫାଟି ଆଁ କଲାଣି । ଫଳରେ ଏ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡିଗଲେଣି। ଦିନବେଳେ ମୁଣ୍ଡ ଫଟା ଖରା ହେଉଛି। ଏହି ବ୍ଲକ ଅଞ୍ଚଳରେ ବହୁତ କମ୍ କେତେକ ଉଠାଜଳ ସେଚନ ପଏଣ୍ଟ ଏରିଆରେ ପାଣିର ବ୍ୟବସ୍ଥା ରହିଥିଲେ ହେଁ କେତେକ ଅଞ୍ଚଳରୁ ପଏଣ୍ଟରୁ ପାଣି ପହଂଚି ପାରୁନାହିଁ । ଖପ୍ରାଖୋଲ ବ୍ଳକ ମାଟିଆଭଟା ଗ୍ରାମ ପଞ୍ଚାୟତ ଅଞ୍ଚଳର ଲୋକେ ଗତବର୍ଷ ବୀମା କରିଥିଲେ ଏବଂ ଚାଷୀଭାଇମାନେ ବୀମା ପଇସା ବହୁତ ଥର ଅଭିଯୋଗ କରିଥିଲେ ବି କେହି ଏହି କଥା ଶୁଣି ନାହାନ୍ତି । ସପ୍ତାହ ଧରି ବର୍ଷା ହୋଇନଥିବାରୁ ଧାନରୋଇ ସାରିଥିବା ଧାନଗଛ ଏବେ ମାଟିଫାଟି ଲାଲ ରଙ୍ଗ ପଡିଗଲାଣି । ଯଦି ଏଭଳି ଖରାର ପ୍ରକୋପ ବଢିବ ତେବେ ଧାନ ଚାଷ ଗୁଡିକ ଉଜୁଡି ଯିବାର ଆଶଙ୍କା ଦେଖାଦେଇଛି । ବିଶେଷକରି ବଲାଙ୍ଗୀର ଜିଲ୍ଲା ବ୍ଳକ ଗୁଡିକ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ, ସମେତ ଅନେକ ମୌଜା ଗୁଡିକରେ ସ୍ୱଳ୍ପ ବର୍ଷା ଯୋଗୁଁ ପରିସ୍ଥିତି ଉଦ୍ ବେଗ ଜନକ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five + seventeen =