ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ଉଦ୍‌ଘାଟିତ

0 1,497

ବୌଦ୍ଧ: ଗଡଜାତ ସାଂସ୍କୃତିକ ପରିଷଦ ବୀରନରସିଂହପୁର ଆନୁକୂଲ୍ୟରେ ସ୍ଥାନୀୟ ନର୍ସିରୀଠାରେ ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ବିରାମଚନ୍ଦ୍ରପୁର ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିଠାରୁ ଏକ ମଶାଲ ଶୋଭାଯାତ୍ରା ପରିଷଦର ଅଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର ଓ ଜୟ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଗ୍ରାମ ପରିକ୍ରମା କରି ଉତ୍ସବ ସ୍ଥଳୀକୁ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଇଆରବି କମାଣ୍ଡାଣ୍ଟ ବିଜୟ ପ୍ରକାଶ ବାବୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମା ଭୈରବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଭାରତୀୟ ସଂସ୍କୃତି ଓ ପରଂପରାକୁ ଲୋକଉତ୍ସବ ମାଧ୍ୟମରେ ବଞ୍ଚାଇ ରଖିଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କୁ ସାଧୁବାଦ ଜଣାଇଥିଲେ । ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଦାୟିତ୍ୱର ଭୂୟସୀ ପ୍ରଶଂସା କରିବା ସହ କରୋନା କଟକଣାରେ ଅଭିନବ ଉପାୟରେ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ଗଡଜାତ ଲୋକସମହୋତ୍ସବ ପାଳନ କରୁଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

hiring

ବୀରନରସିଂହପୁର ପଞ୍ଚାୟତର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ସମ୍ମାନିତ ଅତିଥି ବିଶ୍ୱଜିତ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ବିଜୟ କୁମାର ସାହୁ ଅତିଥି ପରିଚୟ ଦେବା ସହ ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶଥାଉକି ଏହି ଉତ୍ସବକୁ ବିଭିନ୍ନ ସେବାମୂଳକ କାର୍ଯ୍ୟ ଯଥା ରକ୍ତଦାନ ଶିବିର ଅସହାୟଙ୍କୁ କମ୍ବଳ ବଣ୍ଟନ, କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର କରି କରୋନା କଟକଣା ମାଧ୍ୟମରେ ମହୋତ୍ସବ ପାଳନ କରାଯିବା ବୋଲି ସଂପାଦକ ଦେବାଶିଷ ମହାକୁଡ ପ୍ରକାଶ କରିଛନ୍ତି । ସଂଗୀତକାର ବ୍ରହ୍ମା କୁମ୍ଭାର ଓ ସାଥୀମାନଙ୍କ ଦ୍ୱାରା ପ୍ରଥମେ ସ୍ୱାଗତ ସଂଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ନରେନ୍ଦ୍ର କୁମାର ସାହୁ, ସୁଜ୍ଞାନ କୁମାର ପ୍ରଧାନ, ବସନ୍ତ ପ୍ରଧାନ, ସୁଶାନ୍ତ ପାତ୍ର, ଅଖିଳ ମଲ୍ଲିକ, ବିରାଜ ମହାକୁଡ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − fourteen =