୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

0 125

ଭୁବନେଶ୍ବର ୧୬/୦୪ : ରାଜ୍ୟରେ ବନ୍ଦ ହେବ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ । ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହା ସହିତ ଏପ୍ରିଲ ୧୯ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ ।

hiranchal ad1
Leave A Reply

Your email address will not be published.

seventeen − 12 =