କନ୍ଧମାଳରେ ଆଜି ସର୍ବାଧିକ ୧୭୯କରୋନା ପଜିଟିଭ ଚିହ୍ନଟ

0 208

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାରେ ପୁଣି ଆଉ ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ମଧ୍ୟ କରୋନାର କରାଳ ଛାୟା ଧିରେଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୪୧ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୭୩୩ ଜଣ ସୁସ୍ଥ ହୋଇ ସେମାନଙ୍କର ଘରକୁ ଫେରିଛନ୍ତି । ଏ ଆଜି ସୁଦ୍ଧା ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି ।ଅନ୍ୟାନ୍ୟ କୋଭିଡ ହସପିଟାଲରେ ଆଉ ୪୦୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଜିଲ୍ଳାର ଚିହ୍ନଟ ହୋଇଥିବା ୧୭୯ ଜଣଙ୍କ ମଧ୍ୟରୁ ୧୨୭ଜଣ ପୁରୁଷ ରହିଥିବାବେଳେ ୫୨ଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଫୁଲବାଣୀର ୧୪ଜଣ ରହିଥିବାବେଳେ ଘୁ.ଉଦୟଗିରିରର ୧୬ଜଣ,ଦାରିଙ୍ଗବାଡିର ୨୧ଜଣ,ଟିକାବାଲି ୧୭ଜଣ,କ.ନୁଆଗାଁର ଜଣେ,କୋଟଗଡର ୨୬ଜଣ,ତୁମୁଡିବନ୍ଧର ୩୩ଜଣ,ରାଇକିଆର ୫ଜଣ,ଚକାପାଦର ୭ଜଣ,ଫିରିଙ୍ଗିଆର ୭ଜଣ ଏବଂ ବାଲିଗୁଡା ଅଂଚଳର ୩୨ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟ୍ୱିଟ ଜରିଆରେ ସୁଚନା ଦେଇଛନ୍ତି । ତେବେ ଜିଲ୍ଲାରେ କେତେକ ସଂକ୍ରମିତ ଅଂଚଳକୁ ବାଦ ଦେଲେ ସମଗ୍ର ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ସେଥିପାଇଁ ଜିଲ୍ଲାବାସୀଙ୍କୁ ଅତ୍ୟନ୍ତ ଆବଶ୍ୟକ ବେଳେ ହିଁ ଘରୁ ବାହାରିବାକୁ କୁହାଯାଇଛି । ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟରଖି ଯାତାୟାତ କରିବା ସହିତ ସାମାଜିକ ଦୁରତାମଧ୍ୟ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

16 − two =