ଅନୁଦାନ ଅଛି, ମରାମତି ହେଉନି ଗଙ୍ଗାଧର ମଣ୍ଡପ

0 113

ଜନହାପଙ୍କ,୬/୭ – ବୌଦ୍ଧବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଗାଁରେ ଥିବା ଗଙ୍ଗାଧର ମେହେରଙ୍କ ମଣ୍ଡପ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଚାରିଖମ୍ବରେ ନିର୍ମିତ ଏହି ମଣ୍ଡପର ଦୁଇଟି ପିଲରର କଂକ୍ରିଟ ଝଡି ଛଡଗୁଡିକ ଝୁଲି ରହିଛି । ଗାଁରେ ଶତକଡ଼ା ୯୦ ଭାଗ ଭୁଲିଆ ଜାତିର ଥିବାରୁ ପ୍ରାୟ ୧୫ ବର୍ଷ ତଳେ ସବୁଜକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହାର ମରାମତି ପାଇଁ ବାରମ୍ବାର ଦାବି ପରେ ସ୍ଥାନୀୟ ବିଧାୟକ ୧ ଲକ୍ଷ ଟଙ୍କା ମରାମତି ପାଇଁ ଅନୁଦାନ ଦେଇଥିଲେ । ଆଜକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀହେଉଛି ।

hiranchal ad1
Leave A Reply

Your email address will not be published.

4 × two =