ନଭେମ୍ବର ସୁଦ୍ଧା ଆସିଯିବ କରୋନା ଟୀକା: ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

0 85

ଭୁବନେଶ୍ୱର ୨୨ ।୭: ମହାମାରୀ କରୋନାର କବଳରେ ସାରା ବିଶ୍ୱ ଛଟପଟ ହେଉଥିବାବେଳେ ଏଥିରୁ କିପରି ମୁକୁଳିପାରିବା ତାକୁ ନେଇ ବିଶ୍ୱବ୍ୟାପୀ ଗବେଷଣା, ତର୍ଜମା ଚାଲିଛି । ଏହି ସନ୍ଦୀକ୍ଷଣରୁ ମୁକୁଳିଯିବା ପାଇଁ ସମସ୍ତେ ଚାତକ ଭଳି ଚାହିଁ ରହିଥିବା ବେଳେ ପ୍ରତିଶେଧକ ସ୍ୱରୂପ ସେରମ ଇନଷ୍ଟିଚ୍ୟୁଟ ଖୁବଶୀଘ୍ର ବଜାରକୁ କରୋନା ଟୀକା ଉପଲବ୍ଧ କରାଇବ ବୋଲି ଆଶା ସଂଚାର ହୋଇଛି । ଯାହା ମାନବ ସମାଜ ପାଇଁ ଏକ ଖୁସି ଖବର । ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ସୁଦ୍ଧା ଏହି କୋଭିଡ ଟୀକା ପ୍ରସ୍ତୁତ ହୋଇଯିବ । ଏହାର ପ୍ରସ୍ତୁତକର୍ତ୍ତା ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ପାର୍ଟନର ପୁନେ ର ସେରମ୍ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦରପାନ ୱାଲ୍ ସୂଚନା ଦେଇଛନ୍ତି ।ଏହି ଟୀକାର ସଫଳ ପରୀକ୍ଷଣ ଶେଷ ହୋଇଛି । ଅଗଷ୍ଟ ମାସର ମଧ୍ୟ ଭାଗରେ ଏହାର ପରିବର୍ତ୍ତୀ ପରୀକ୍ଷଣ ହେବା ପରେ ଆସନ୍ତା ନଭେମ୍ବର ସୁଦ୍ଧା ଭେକସିନ(ଟୀକା) ପ୍ରସ୍ତୁତ ହୋଇଯିବ ବୋଲି ସିଇଓ ପାନ ୱାଲ କହିଛନ୍ତି ।

hiring

ଆଜି ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ପାନୱାଲଙ୍କ ସହିତ କୋଭିଡ ଟୀକାର ଅଗ୍ରଗତି ସଂପର୍କରେ କଥା ହୋଇଥିଲେ । କୋଭିଡ ଭେକସିନ ପରୀକ୍ଷଣର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିବା ସହିତ ତାଙ୍କୁ ହାତ ହଲାଇ ଅଭିନନ୍ଦନ କରିଥିଲେ । ଶ୍ରୀ ପାନୱାଲ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ଅଭିନନ୍ଦନ ଜଣାଇ ହାତ ହଲାଇଥିଲେ । ଏହି ଅବସରରେ ଶ୍ରୀ ପାନୱାଲ ଭ୍ୟକସିନ ପ୍ରସ୍ତୁତ ହେଲେ ଓଡିଶାକୁ ଅଗ୍ରାଧିକାର ଦେଇ ପଠାଯିବ ବୋଲି କହିବା ପରେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ମଧ୍ୟ ଏଥିରେ ଅଗ୍ରାଧିକାର ଦେବାପାଇଁ ପାନୱାଲଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ସେରମ୍ ଇନଷ୍ଟିଚ୍ୟୁଟ ସହ ରାଜ୍ୟ ସରକାର ଯୋଗାଯୋଗରେ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହକୁ ପାନୱାଲ ତାରିଫ କରିବା ସହିତ ସେରମ ଇନଷ୍ଟିଚ୍ୟୁଟ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ କରିବ ବୋଲି କହିଥିଲେ । ଏହି ଅବସରରେ ପାନୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶାରେ କୋଭିଡ ମୁକାବିଲା ପାଇଁ ଯେଉଁ ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି ତାହାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଭିଡିଓ କନଫରେନ୍ସିଂରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀ ମୁଖ୍ୟ ଉପଦେଷ୍ଟା ଆର ବାଳକୃଷ୍ଣ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − two =