ବୌଦ୍ଧ/ ଜହ୍ନାପଙ୍କ,୫/୫- ଜଳକଷ୍ଟର ବିକଳ ଚିତ୍ର ‘୨ କିମି ଦୂରରୁ ସାଇକେଲରେ ଆସୁଛି ପିଇବା ପାଣି’ ଶିର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ ପଞ୍ଚାୟତ କର୍ତ୍ତୃପକ୍ଷ ବୌଦ୍ଧ ବ୍ଲକର ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମକୁ ଖୁଂଟବନ୍ଧ ପଞ୍ଚାୟତ ପକ୍ଷରୁ ଟେଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯାଇଛି। ଏହାଦ୍ବାରା ଗ୍ରାମର ପ୍ରାୟ ହଜାରେ ଲୋକ ଉପକୃତ ହେବେ ବୋଲି ସରପଞ୍ଚ ମିତ୍ରଭାନୁ ପ୍ରଧାନ କହିଛନ୍ତି। ପ୍ରାୟ ଦୁଇ ବର୍ଷ ତଳେ ଏହି ଗାଁରେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ନିର୍ମାଣର ବୈଷୟିକ ତ୍ରୁଟି ଯୋଗୁଁ ବର୍ଷର ପ୍ରାୟ ଅଧିକାଂଶ ମାସ ଅଚଳ ରହୁଥିଲା। ଏ ନେଇ ମାର୍ଚ୍ଚ ୨୪ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସ ଟେଙ୍କର ଯୋଗେ ପାନୀୟ ଜଳଯୋଗାଣ ପାଇଁ ମଞ୍ଜୁର କରିଥିଲେ। ଗଣମାଧ୍ୟମର ଏପରି କାମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.