ଫୁଲବାଣୀ,୬/୮: କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା। ଶାଖା ତରଫରୁ ସ୍ଥାନୀୟ ପ୍ରେସ କ୍ଳବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲାର ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଅନନ୍ତ କୁମାର ଦିଗାଲ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ ବିଶେଷ ଭାବେ ରାଜ୍ୟ ଅନୁସୂଚିତ ଜାତି. ସୁରକ୍ଷିତ ନାହାନ୍ତି ଏହିପରି ବିଭିନ୍ନ ସମସ୍ୟା ଉପରେ ୪ ଦଫା ସମ୍ବଳିତ ଏକ ବିଷୟରେ ଆଲୋଚନା କରି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ଅବସରରେ ରାଜ୍ୟ ଅନୁସୂଚିତ ଜାତି ରାଜ୍ୟ ଉପ ସଭାପତି ରାମ ବିଶି ଦିଗାଲ ଉପସ୍ଥିତ ରହିଥିବା ବେଳେ ଜିଲ୍ଲାର ବରିଷ୍ଠ ଭାଜପା ରାଜ୍ୟ କାରକାରିଣୀ ସଦସ୍ୟ କମଳା କାନ୍ତ ପାଣ୍ଡେ, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳ ବେହେରା. ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ମଞ୍ଚାସିନ ଥିବା ବେଳେ ବହୁ ଦଳୀୟ ଜିଲ୍ଲାର ପଦାଧିକାରୀ ଉପସ୍ଥିତ ଥିବା ସହ ଜିଲ୍ଲା ସମ୍ପାଦକ ତପନ କୁମାର ପାଢୀ ସମ୍ମିଳନୀ ସଂଯୋଜନା କରିଥିଲେ |