ଶଗଡା ବ୍ୟlରେଜ୍ ରାସ୍ତା ମରାମତି ଦାବି

0 665

ବୋୖଦ୍ଧ,୩/୬: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି ହେଲେ ଦୀପ ତଳ ଅନ୍ଧାର ପରି କିଛି ସ୍ଥାନ ରହି ଯାଉଛି ଯେଉଁ ସ୍ଥାନକୁ ଭଲ ରାସ୍ତା ଖଣ୍ଡିଏ ନାହିଁ | ଏହିଭଳି ଘଟଣା ଦେଖିବାକୁ ମିଳୁଛି ଶଗଡା ଛକକୁ ବାଘ ବ୍ୟlରେଜ୍ ଠାରୁ ସଂଯୋଗ ହୋଇଥିବା ରାସ୍ତା ଯାହାକି ଅତି ଶୋଚନୀୟ ହୋଇ ରହିଛି | ବାଘ ବ୍ୟlରେଜ୍ ପ୍ରତିଷ୍ଠା ହେଲା ପରେ ଶଗଡା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଲୋକପ୍ରିୟ ହୋଇ ପାରିଛି l ପର୍ଯ୍ୟଟନ ଋତୁ ବ୍ୟତୀତ ଅନ୍ୟ ଦିନରେ ମଧ୍ୟ ନିୟମିତ ପର୍ଯ୍ୟଟକ ମାନେ ଆସୁଥିବା ଦେଖିବାକୁ ମିଳେ l ଏ ରାସ୍ତା ଦେଇ ବାଉଁଶୁଣୀ ଓ ବଘିଆପଡାକୁ ରାସ୍ତା ରହିଛି ଓ ପ୍ରତିଦିନ ଅନେକ ଲୋକ ଯାତାୟତ କରିଥାନ୍ତି | ତୁରନ୍ତ ଏ ରାସ୍ତାଉପରେ ପ୍ରଶାସନ ଦୃଷ୍ଟି ଦେଇ ମରାମତି କରାଇବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

14 − 8 =