ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

0 80


ବାଲିଗୁଡ଼ା,୧୫/୬: ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ହୋଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ଉପ ସଭାପତି ସରୋଜ କର୍ଣ୍ଣ ଙ୍କ ନେତୃତ୍ବରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା ହୋଇଥିଲା l ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି କହଁର କାର୍ଯ୍ୟାଳୟ ପ୍ରମୁଖ ନରେଶ କୁମାର, ବାଲିଗୁଡ଼ା ବ୍ଲକ୍ ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ତୁମୁଡ଼ିବନ୍ଧ ବ୍ଲକ୍ ଉପସଭାପତି ସଦାନନ୍ଦ ପରାସେଠ,ସିମlଞ୍ଚଳ ମାଝୀ, ଶତପତି ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସତ୍ୟ ନାରାୟଣ ଭୁକ୍ତା ଓ ଜୁନୁସ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ଆଲୋଚନା ବେଳେ ପ୍ରଥମେ ରାଜ୍ୟ ସରକାର କଳାକାର ମାନଙ୍କ ପ୍ରତି ଧ୍ୟାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ବିଲୁପ୍ତ ପ୍ରାୟ ଲୋକକଳାକୁ ସରକାର ପୁନରୁଦ୍ଧାର ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରି ସଚେତନ କାର୍ଯ୍ୟକ୍ରମ ଲୋକକଳା ଗ୍ରାମ ଏବଂ ପ୍ରାଚୀନ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଗାଁ ଗାଁରେ ଭାଗବତ ଟୁଙ୍ଗି ନିର୍ମାଣ କରିବା ପାଇଁ ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା l ବିଶ୍ଵ ମହାମାରୀ କରୋନାର କରାଳ ଛାୟାରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକ ପେଶି ହେଉଥିବା ବେଳେ କଳାକାରଙ୍କୁ କାମ ଯୋଗାଇଦେବାକୁ ସରକାର ଙ୍କୁ ନିବେଦନ କରାଯାଇଥିଲା l କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକରେ ମିଳୁଥିବା କଳାକାର ଭତ୍ତା ନୈରାଶ୍ୟ ଜନକ l ବହୁ ଦୁସ୍ଥ ଲୋକ କଳାକାର ଏବେ ପରିଣତି ବୟସ ରେ ରହି ଜୀବନ ସହିତ ସଂଗ୍ରାମ କରି ଭତ୍ତା ଅପେକ୍ଷାରେ ରହିଛନ୍ତି l ସେହିଭଳି ବାଲିଗୁଡ଼ା ବ୍ଲକରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ପ୍ରୟାସ କରିବାକୁ ବ୍ଲକ୍ ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ପ୍ରସ୍ତାବ ରଖିଥିଲେ l

hiranchal ad1
Leave A Reply

Your email address will not be published.

four × one =