ନିଲମ୍ବିତ ହେଲେ ତହସିଲଦାର

0 640

ଦଶପଲ୍ଲା,୨୯/୫- ଜମିର କିସମ ପରିବର୍ତ୍ତନ କରିବା ଅଭିଯୋଗରେ ନିଲମ୍ବିତ ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକ । ରାଜସ୍ଵ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ଆଜି ନିଲମ୍ବନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ନୂଆଗାଁ ତହସିଲ ଅଞ୍ଚଳରେ ଗୁପ୍ତା ପାୱାର ଇନଫ୍ରାଷ୍ଟକଚରକୁ ଅହେତୁକ ଅନୁକମ୍ପା ଦେଖାଇ ଗତ ଜାନୁଆରୀ ମାସରେ ୯୪ ଏକର ଚାଷଜମିକୁ ଗୋଟିଏ କେସ ରେ ଘରବାଡ଼ି କିସମରେ ପରିବର୍ତ୍ତନ କରିଥିଲେ । ସରକାର ଙ୍କ ୨୦୧୩ ନିୟମ ଅନୁସାରେ ରାଷ୍ଟ୍ର ଉଦ୍ଦେଶ୍ୟ କିମ୍ବା ସମୁହ କାର୍ଯ୍ୟ ଉଦ୍ଦେଶ୍ୟରେ କୈାଣସି ଜମିର ଆବଶ୍ୟକତା ଥିବା ବେଳେ ଉକ୍ତ ଜମିର କିସମ ପରିବର୍ତ୍ତନ ହୋଇପାରିବ ନାହିଁ । ଉକ୍ତ ଜମି ଦେଇ ରେଲୱେ ପ୍ରକଳ୍ପ ଯାଉଥିବା ସରକାରୀ ଘୋଷଣା ନାମା ଶେଷ ହୋଇଥିବା ବେଳେ ଚଞ୍ଚକତା କରି ତହସିଲଦାର ମଲ୍ଲିକ ଜମିର କିସମ ପରିବର୍ତ୍ତନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଙ୍କ ଅଭିଯୋଗ ପରେ ସରକାର ଙ୍କ ପକ୍ଷରୁ ତଦନ୍ତ କରାଯାଇ ପୂର୍ବତନ ତହସିଲଦାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ସହ ନୟାଗଡ଼ ଜିଲ୍ଲା ଛାଡି ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର ।

hiranchal ad1
Leave A Reply

Your email address will not be published.

3 × five =