ରାୟଗଡ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଆଦିବାସୀ କଲ୍ୟାଣମନ୍ତ୍ରୀଙ୍କ ଉଦ୍ୟମ

0 71


ରାୟଗଡ/୧/୭/୨୧: ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ କ୍ରୀଡାର ବିକାଶ ଓ ଖେଳକୁଦରେ ରୁଚି ରଖୁଥିବା ଅଂଚଳର ଯୁବପିଢୀଙ୍କ ସଫଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଳାରେ ୩ଟି ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତଥା ସହାୟତା ପ୍ରଦାନ କରିବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଅନୁଷ୍ଠିତ ଭିଡିଓ କନଫ୍ରେସିଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ୫ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କ ସହ ଆଜି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟ ଆଜି ସବୁ କ୍ଷେତ୍ରରେ ବିକାଶ ଲାଭ କରିବା ସହ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,କ୍ରୀଡା,ନାରୀଶକ୍ତି କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ଅଧ୍ୟାୟ ଯୋଡି ହେଉଛି । କୋଭିଡ ପରିଚାଳନା ହେଉ ତଥା ଟୀକାକରଣ ହେଉ ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ସାରକା କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ । ରାୟଗଡ ଜିଲ୍ଳାରେ ଯେଉଁ ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନେ ଖେଳକୁଦ ପ୍ରତି ଆଗ୍ରହ ରଖୁଛନ୍ତି ଜିଲ୍ଳାରେ ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ ହେଲେ ନିଶ୍ଚିତ ଭାବେ ସେମାନଙ୍କ କ୍ରୀଡା ପ୍ରତିଭାର ବିକାଶ ହୋଇପାରିବ ଓ ଜିଲ୍ଳାସ୍ତରରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ସେମାନେ ସେମାନଙ୍କ କ୍ରୀଡା କୈାଶଳ ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାରକା ୫ଟି ସଚିବ ଶ୍ରୀ ପାଣ୍ଡିୟାନଙ୍କୁ କହିଥିଲେ ଏବଂ ଜିଲ୍ଳା ଭିତରେ ଆବଶ୍ୟକ ପଡୁଥିବା ସାଧନ ଅଭାବରୁ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି ହୋଇପାରୁ ନ ଥିବାରୁ ରାୟଗଡ,ଗୁଣପୁର ଓ ଗୁଡାରୀ ଠାରେ ୩ଟି ବହୁମୁଖୀ ଇନଡୋର ଷ୍ଟାଡିୟମ୍ ପ୍ରତିଷ୍ଠା ହେଲେ ଏହି ଅଭାବବୋଧ ରହିବ ନାହିଁ ବୋଲି ନିଜ ମତବ୍ୟକ୍ତ କରିଥିଲେ । ରାଜ୍ୟର ଯୁବବର୍ଗଙ୍କୁ ଖେଳକୁଦରେ ଆବଶ୍ୟକତା ଅନୁସାରେ ସହାୟତା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବେଶ୍ ଯତ୍ନବାନ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଦୟ ଦୃଷ୍ଟି ଦେଇ ଜିଲ୍ଳାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରିବେ ସେଥିରେ ଆଶା କରିବା ବୋଲି ମନ୍ତ୍ରୀ ଶ୍ରୀ ସାରକା ୫ଟି ସଚିବଙ୍କୁ ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାବିତ ଓ ପୂର୍ବତନ କାଉନସିଲର ବ୍ରଜସୁନ୍ଦର ନାୟକ ଷ୍ଟାଡିୟମର ଆବଶ୍ୟକତା ଉପରେ ୫ଟି ସଚିବଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ରାୟଗଡ ଜିଲ୍ଳାକୁ ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଥିବାରୁ ଜିିଲ୍ଳାରୁ ଆସିଥିବା ବହୁମୁଖୀ ଇନଡୋର ଷ୍ଟାଡିୟମ୍ ପ୍ରତିଷ୍ଠା ପ୍ରସ୍ତାବକୁ ନିଶ୍ଚିତ ଭାବେ ଅନୁମୋଦନ ମିଳିବ ବୋଲି ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିବା ସହ ଜିଲ୍ଳାରେ ସଠିକ୍ କୋଭିଡ ପରିଚାଳନା ଯୋଗୁଁ ଜିଲ୍ଳା ଆଜି ଗ୍ରୀନ ଜୋନରେ ରହିଥିବା ଏବଂ ଜିଲ୍ଳରେ କ୍ରୀଡା ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଖୁସି ପ୍ରକଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଳା ବିଜେଡି ସଭାପତି ସୁଧୀର କୁମାର ଦାସ,ଜିଲ୍ଳା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଅନୁସୂୟା ମାଝି, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ସୁଜାତା ପାଳଙ୍କ ସମେତ ଅନ୍ୟମାନେ କୋଭିଡ୍ ନିୟମ ପାଳନ କରି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

eleven + nine =