ଫୁଲବାଣୀ :ରାସ୍ତା ନିର୍ମାଣ ରେ ଜମି ସାଜିଛି ବାଧକ ।ବର୍ଷ ବର୍ଷ ଧରି ଅଦ୍ୟବଧି ଗମନାଗମନ ସୁବିଧାରୂ ବଂଚିତ ହୋଇ ରହି ଆସୁଛନ୍ତି ୧୫ ପରିବାର ହୋଇ ପାରୁନି ରାସ୍ତା ନିର୍ମାଣ ।ଖର୍ଚ୍ଚ ହୋଇ ନପାରି ଏମଜି,ଏନାର,ଜିଏସ ଅର୍ଥ ଓ ବିଧାୟକ ପାଣ୍ଠି ପଡିରହିଛି ।ଏହାର ସମାଧାନ ନିମନ୍ତେ ବୁଧୁବାର ଦିନ ଏହି ଅପହଂଚ ଗ୍ରାମକୁ ଚାଲି ଚାଲି ଯାଇଥିଲେ ବ୍ଳକ ଅଧ୍ୟକ୍ଷ ଓ ତିନି କର୍ମଚାରୀ ।ସୁଚନା ଯୋଗ୍ୟଯେ କନ୍ଧମାଳ ଜିଲ୍ଳା ଖଜୁରିପଡ଼ା ବ୍ଳକ ଅଧିନସ୍ଥ ପରିକୁଡ଼ି ପଂଚାୟତ ଅନ୍ତର୍ଗତ ଗୁମିଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରୁ ସାକାଡ଼ି ଭାୟା ଗୁମୁରିଖୋଲ ଦେଇ ସେହି ଗ୍ରାମକୁ ପାଦରେ ଚାଲିକି ଯିବାକୁ ହେଲେ ୬କିଲୋମିଟରରୁ ଉର୍ଦ୍ଧର୍ ରାସ୍ତା ପଡେ଼ । ଯଦି ସାଇକେଲ କିମ୍ବା ମୋଟର ସାଇକେଲରେ ପଂଚାୟତ କିମ୍ବା ବ୍ଳକ କାର୍ଯ୍ୟାଳୟକୁ ଯିବାକୁ ହେଲେ ଫୁଲବାଣୀ ନିକଟସ୍ଥ ଭାୟା ଗୁଦାରୀ ପଂଚାୟତ ଦେଇ ବହୁତ ବାଟ ବୁଲିକି ଯିବାକୁ ପଡ଼ିଥାଏ ।ହେଲେ ୩ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା କର୍ମଚାରୀ ହୋଇଥିଲେ ମଧ୍ୟ ସେମାନଙ୍କ କର୍ତବ୍ୟ ଆଗରେ ହାର ମାନିଛି ଅପହଂଚ ଇଲାକା ରାସ୍ତା ।ସେମାନେ ହେଲେ ଗ୍ରାମ ପଂଚାୟର ସଂପ୍ରସାରଣ ଅଧିକାରୀ ଶ୍ରୀ ସୋନମ ବେହେରା,କନିଷ୍ଠ ଯନ୍ତ୍ରୀ ସନ୍ତୋଷିନୀ ସାହୁ ତାଙ୍କ ସହିତ ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସାହୁ ଦେଖିବାକୁ ଶରୀର ଦୁର୍ବଳ କିନ୍ତୁ ଜଣେ କାର୍ଯ୍ୟ ଦକ୍ଷତା ଭାପେ ପରିଚିତ କୌଣସି କାର୍ଯ୍ୟ କ୍ଷେତ୍ରରେ ପଛଘୁଂଚା ଦେଇ ନାହାନ୍ତି ସମସ୍ତ କାର୍ଯ୍ୟ ତାଙ୍କ ଆଗରେ ହାର ମାନୁଛି ।ବ୍ଳକ ଅଧ୍ୟକ୍ଷ ଶ୍ରୀ ବିରେନ୍ଦ୍ର କହଁର ସେ ହେଉଛନ୍ତି ପେଷାରେ ରାଜନିତିଜ୍ଞ କିନ୍ତୁ ନିଶା ତାଙ୍କର ସମାଜସେବା ଖଜୁରିପଡ଼ା ବ୍ଳକର ୧୪ଟି ପଂଚାୟତର ବିକାଶ ମୁଖ୍ୟ ଲକ୍ଷ ସବୁବେଳେ ବିରଦର୍ପରେ ଚାରିଆଡେ ବୁଲି ସମସ୍ୟା ବୁଝିବାରେ ଓସ୍ତାଦ ।ଏହି ୪ଜଣ ଉକ୍ତ ଗ୍ରାମକୁ ଯାଇ ରାସ୍ତା ନିର୍ମାଣ କରାଯିବାକୁ ସମସ୍ତ ସମସ୍ୟାର ସମାଧାନ କରି ଫେରିଥିବା ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ଯେ ଗାଁ ନିକଟ ପାହାଡ଼ କଡ଼ଦେଇ ରାସ୍ତା ନିର୍ମାଣ କରାଯିବାପାଇଁ ଗ୍ରାମବାସୀଙ୍କ ମିଳିତରେ ସମାଧାନ କରାଗଲା ।ଏହା ପୁର୍ବରୁ ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଉକ୍ତ ଗ୍ରାମକୁ ଦୁଇ ତିନି ଥର ଯାଇ ୱାଡ଼ ମେମ୍ବରଙ୍କ ଉପସ୍ଥିତିରେ ସମାନ କଥା ଆଲୋଚନା କରି ଫେରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସମାଧାନ ହୋଇପାରୁନଥିଲା ଅଧ୍ୟକ୍ଷଙ୍କ ବୁଝାସୁଝା ପରେ ଏବେ ବାଧ୍ୟ ହୋଇ ଲୋକେ ତାହା ଗ୍ରହଣ କରି ରାସ୍ତା ନିର୍ମାଣ କରିବାକୁ ନିଷ୍ପତି ନେଲେ ।ସେ ଯାହାବି ହେଉ ବିଳମ୍ବରେ ହେଲେବି ସମସ୍ୟାର ସମାଧାନ ହୋଇଥିବାରୁ ବିଧାୟକ ଅଙ୍ଗଦ କହଁର କୃତଜ୍ଞତା ଜଣାଇବାସହ ଯଥାଶିଘ୍ର ରାସ୍ତା ନିର୍ମାଣ ପାଇଁ କହିଛନ୍ତି ।ଏ ନେଇ ଗ୍ରାମବାସୀ ମାନେ ଆସ୍ୱସ୍ଥି ମନେ କରିଛନ୍ତି ।