ବୌଦ୍ଧ: ବୌଦ୍ଧବ୍ଲକ ଅନ୍ତର୍ଗତ ବହିରା ଗ୍ରାମପଞ୍ଚାୟତର ବଡଝାରକଟା ଗ୍ରାମରେ ଥିବା ଏକ ନଳକୂଅରୁ ପାଣି ସଙ୍ଗରେ ଜୀବିତ ଜିଆ ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରୋଷେଇ ଓ ପିଇବାପାଣି ସଂଗ୍ରହକରି ମହିଳାମାନେ ଗରା ଓ ବାଲଟିରେ ଆଣିଥିବା ପାଣିରେ ଜିଆ (କେଞ୍ଚୁଆ) ମାନେ ଥିବାର ଦେଖିବାକୁ ପାଇଥିଲେ । ସନ୍ଦେହ ହେବାରୁ ନଳକୂଅରୁ ପାଣି କପଡାରେ ଛାଣିବାରୁ ସେଥିରୁ ଜିଆ ବାହାରୁଥିବାର ଦେଖିବାକୁ ପାଇବାପରେ ସେହି ନଳକୂଅର ପାଣିକୁ ଖାଇବା ପିଇବା କାମରେ କେହି ବ୍ୟବହାର କରୁନାହାନ୍ତି । ନଳକୂଅଟି ପରିତ୍ୟକ୍ତ ଅବସ୍ଥାରେ ପଡିଛି ।
ଏଣୁ ବୌଦ୍ଧବ୍ଲକ କିମ୍ବା ବହିରା ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେଇ ନଳକୂଅକୁ ବିଶୋଧନ କରାଇବା ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।