ଅଧିକାରୀଙ୍କୁ ପେକ୍ସ କାର୍ଯ୍ୟାଳୟରେ ତାଲା

0 191


ବଲାଙ୍ଗୀର,୧୩/୨- ପରିଦର୍ଶନରେ ଆସିଥିବା ପୁଇଁତଲା ତହସିଲଦାର, ଏଆରସିଏସ୍ କାର୍ଯ୍ୟାଳୟ କର୍ମଚାରୀ ଭିଏଲଡବ୍ଳୁ ତଥା ଛତାପିପଲ ସେବା ସମବାୟ ସମିତି କର୍ମଚାରୀଙ୍କୁ ଅସନ୍ତୋଷ ଚାଷୀ ତାଲାମାରି ଅଟକ ରଖିଛନ୍ତି। ଟାର୍ଗେଟ ହେତୁ ଗଦା ହୋଇଛି ଶହ ଶହ ବସ୍ତା ଧାନ।କମ୍ କମ୍ ଟାର୍ଗେଟ ଦିଆହେଉଥିବା ଯୋଗୁଁ ବହୁ ଚାଷୀ ଅପେକ୍ଷାରେ ଦିନ ଗଣୁଛନ୍ତି, ମଣ୍ଡିରେ ଧାନ ରଖି ଶୀତକାକରରେ ଅଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଏକ କମିଟି ବୁଲି ବୁଲି ମହଜୁଦ ଧାନ ଆକଳନ କରି ରିପୋର୍ଟ ଦେଇ ସାରିଛନ୍ତି । ତେବେ କାହିଁକି କମ୍ ଟାର୍ଗେଟ ଦିଆ ହୋଇଛି। ଏବେ ଥିବା ଟାର୍ଗେଟକୁ ଲକ୍ଷ ରଖି ପ୍ରତ୍ୟେକ ଚାଷୀଙ୍କ ଅଧା ଧାନ ଉଠାଇବା ପ୍ରସ୍ତାବକୁ ଅସନ୍ତୋଷ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଖବର ଲେଖାହେବା ଯାଏ ଅଧିକାରୀ ଅଟକ ଥିବା ଜଣାଯାଏ।ଖବର ପାଇ ଲୋଇସଂହା ବିଧାୟକ ମୁକେଶ ମହାଲିଙ୍ଗ ପହଞ୍ଚିବା ସହ ଅସନ୍ତୋଷ ବ୍ୟକ୍ତ କରି ଅଧିକ ଟାର୍ଗେଟ ଦେବା ସହ ସମାଧାନ କରିବା ପାଇଁ ଦାବୀ କରିଛନ୍ତି। ଚାଷୀ ଧୈର୍ଯ୍ଯଚ୍ଯୁତ ହେବା ଆଗରୁ ସରକାର ଚେତିବା ଆବଶ୍ୟକ,କଳିଆ ବଳିଆ ଦେଇ ଭୁତାଇବା ଅପଚେଷ୍ଟା ଅପେକ୍ଷା ଚାଷୀର ସମସ୍ତ ଧାନ କିଣିବା ବ୍ୟବସ୍ଥା ଜରୁରୀ ବୋଲି ମନ୍ତବ୍ଯ ରଖିଛନ୍ତି। ବଲାଙ୍ଗୀର ଉପଜିଲ୍ଲାପାଳ ପହଞ୍ଚି ଆଉ ଟାର୍ଗେଟ ଦେବା ପ୍ରତିଶୃତି ଦେବାପରେ ଚାଷୀମାନେ ଅଟକ ଅଧିକାରୀମାନଙ୍କୁ ଛାଡିଥିଲେ।

hiranchal ad1
Leave A Reply

Your email address will not be published.

5 × 2 =