ଉତ୍କଳ ଗ୍ରାମ୍ୟବ୍ୟାଙ୍କ ପରିସରରେ ପରିସ୍ରାଗାର ନଥିବାରୁ ଗ୍ରାହକ ହଟହଟା

0 103

କଣ୍ଟାବାଞ୍ଜି, ୮/୭- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପରିସରରେ ନାହିଁ ସର୍ବ ସାଧାରଣଙ୍କ ପାଇଁ ପରିସ୍ରାଗାରଟିଏ । ଆଖପାଖରେ ମଧ୍ୟ କୌଣସି ବ୍ୟବସ୍ଥା ନଥିବା ଜଣାପଡିଛି । । ବ୍ଲକ ହେଡକ୍ୱାଟର ତୁରେକେଲା ଓ ଆଖପାଖ ପ୍ରାୟ ଶତାଧିକ ଗାଁ ଲୋକ ବ୍ୟାଙ୍କ କାର୍ଯ୍ୟ ପାଇଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତୁରେକେଲା ଶାଖା ଉପରେ ନିର୍ଭର କରିଥାନ୍ତି । ଏଣୁ ବ୍ୟାଙ୍କ ଖୋଲିବାକ୍ଷଣି ପୁରୁଷ ମହିଳାଙ୍କ ଭିଡ ସବୁଦିନିଆ ଦୃଶ୍ୟ । ବ୍ୟାଙ୍କ ପରିସର ବା ନିକଟରେ ନାହିଁ ଜନ ସାଧାରଣଙ୍କ ପାଇଁ ଶୌଚାଳୟଟିଏ । ବ୍ୟାଙ୍କ ଆସୁଥିବା ଗ୍ରାହକ ବିଶେଷତଃ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଘରେ ଘରେ ପାଇଖାନା ନିର୍ମାଣ ହୋଇଛି । ସ୍ୱଚ୍ଛତାକୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ବିଚାର କରି ସଭା ସମିତିରୁ ବିଦ୍ୟାଳୟ ଯାଏ ସଚେତନ କରାଯାଉଛି । କାନ୍ଥବାଡରେ ଚିତ୍ର ଶୋଭାପାଉଛି । କିନ୍ତୁ ବାହାରକୁ ଆସୁଥିବା ଲୋକଙ୍କ ପାଇଁ ବ୍ୟବସ୍ଥା ଶୂନ । ଗହଳି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ପରିସ୍ରାଗାର ନିର୍ମାଣ ଦାବୀ ହେଉଛି । ନାରୀକୁ ସମ୍ମାନ ନାରା ଦେଉଥିବା ରାଜ୍ୟ ଓ କେନ୍ଦ୍ର ସରକାର ତଥା ବ୍ୟାଙ୍କ଼ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

4 × two =