କୋଭିଡ୍ ହସପିଟାଲରେ ଯୁବ ଆଇନଜୀବିଙ୍କ ପରଲୋକ

0 4,977

ବୌଦ୍ଧ,୧୯/୫ – ଆଜି କରୋନାରେ ବୌଦ୍ଧ ଜିଲ୍ଲାର ଜଣେ ଯୁବ ଆଇନଜୀବୀଙ୍କ ପରଲୋକ ହୋଇଯାଇଥିବା ଜଣା ପଡିଛି l ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମର ଯୁବ ଆଇନଜୀବୀ ବିଶ୍ବନାଥ ବେହେରା (36) ତିନି ଦିନ ତଳେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ପରୀକ୍ଷା କରାଇ ପଜିଟିଭ ଚିନ୍ହଟ ହୋଇଥିଲେ | ସେହିଦିନ ଠାରୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜ ଘରେ ହୋମ୍ ଆଇସୋଲେସନ୍ ରେ ରହିଥିଲେ l ଆଜି ସକାଳେ ଅକ୍ସିଜେନ କମିଯିବା ଫଳରେ ଅସୁସ୍ଥ ଅନୁଭବ କରିଥିଲେ ଓ ଫୋନ୍ କରି ଆମ୍ବୁଲାନସ୍ ଯୋଗେ ତାଙ୍କୁ ଅଣାଯାଇ ବୌଦ୍ଧ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ ଘ 1. 30 ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ | ତାଙ୍କର 6 ବର୍ଷର ଗୋଟିଏ ଝିଅ ଓ 3 ବର୍ଷର ଗୋଟିଏ ପୁଅ ଅଛନ୍ତି | ସେ ପ୍ରାୟ 8 ବର୍ଷ ତଳେ ବୌଦ୍ଧ ଜିଲ୍ଲା ଓକିଲ ସଂଘର ସଦସ୍ୟ ହୋଇ ବୌଦ୍ଧରେ ଓକିଲାତି କରୁଥିଲେ | ଚାରିଛକ ଠାରେ କୋର୍ଟ ଖୋଲିବା ପରେ ସେଠାରେ ଓକିଲାତି କରୁଥିଲେ | ତାଙ୍କର ବିୟୋଗରେ ହରଭଙ୍ଗା ବ୍ଲକ୍ ଓକିଲ ସଂଘ ଓ ବୌଦ୍ଧ ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି l

hiranchal ad1
Leave A Reply

Your email address will not be published.

5 × 4 =