କନ୍ଧମାଳ କଳାବିକାଶ କେନ୍ଦ୍ରର ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 81

ବାଲିଗୁଡ଼ା,୧୧/୬- ବିଶ୍ଵ ମହାମାରୀ କରୋନାର କରାଳ ଛlୟାରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ଦେଢ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ଜୀବନ ଜୀବିକା ବିପନ୍ନ ହୋଇପଡିଛି ।ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର l ମୁଁହ ରେ ରଙ୍ଗ ମାରି ମନୋରଞ୍ଜନର ଖୋରାକ ଯୋଗାଇବା ସହିତ ସମାଜକୁ ଦିଗଦର୍ଶନ ଓ ସଚେତନତାର ବାର୍ତ୍ତା ପ୍ରେରଣ କରୁଥିବା କଳାକାରଙ୍କ ଘରେ ଚୁଲି ଜଳୁନି l ସ୍ୱାଭିମାନ କଳାକାର କଳା ପରିବେଷଣ ଓ ସାଧନା ବ୍ୟତୀତ ଅନ୍ୟ ପନ୍ଥା ନାହିଁ । ଏହି ପରିପ୍ରେକ୍ଷୀରେ କନ୍ଧମାଳ କଳାବିକାଶ କେନ୍ଦ୍ର କଳାକାରଙ୍କ ସୁଖ ଦୁଃଖରେ ସହାୟକ ହେବାପାଇଁ ଆଗକୁ ଆସିଛି l ବାଲିଗୁଡ଼ାସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସହଭାଗିତା କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ତଥା ଯୁବ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଆୟୋଜିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ସମ୍ମାନିତ ଅତିଥି ଭାବେ ତହସିଲଦାର ଶଶାଙ୍କ ଶେଖର ପାତ୍ର ଓ ବରିଷ୍ଠ ମଞ୍ଚ କଳାକାର ଡକ୍ଟର ବିଚିତ୍ରl ନନ୍ଦ ଆଚାର୍ଯ୍ୟ ଯୋଗଦେଇ କୋରନା ସଚେତନତା ଓ କଳାକାର ସ୍ବାବଲମ୍ବୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶହେରୁ ଉର୍ଦ୍ଧ୍ବ ପାରମ୍ପରିକ ଓ ମଞ୍ଚ କଳାକାର ଙ୍କ ପରିବାରକୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇ ଥିଲା l ଜିଲ୍ଲା ରେ ପ୍ରଥମ ଥର ପାଇଁ କନ୍ଧମାଳ କଳାବିକାଶ କେନ୍ଦ୍ର ର ଅଭିନବ ପ୍ରୟାସ କୁ ବାଲିଗୁଡ଼ା ବିଧାୟକ ତହସିଲଦାର ଉଚ୍ଚ ପ୍ରଶଂସା କରିଥିଲେ l ଆଗାମୀ ଦିନରେ ବାଲିଗୁଡ଼ା ସହର ସମେତ କ ନୂଆଗାଁ ତୁମୁଡ଼ିବନ୍ଧ କୋଟଗଡ଼ ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ରେ କଳାକାର ସହ ଭାଗିତl କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ପ୍ରକାଶ କରିଛନ୍ତି l ଅନୁଷ୍ଠାନ କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତି ଙ୍କୁ କନ୍ଧମାଳ କଳାବିକାଶ କେନ୍ଦ୍ର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି l

hiranchal ad1
Leave A Reply

Your email address will not be published.

sixteen − 16 =