ବାମଣ୍ଡାରେ ପାନୀୟ ଜଳ ସଙ୍କଟ, ମରାମତି ହେଉନି ନଳକୂପ

0 483

ବୌଦ୍ଧ,୩୧/୫ – ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ସଦର ମହକୁମା ବାମଣ୍ଡା ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟରୂପ ଧାରଣ କରିଛି | ଗତ କିଛି ଦିନ ହେଲା ବାମଣ୍ଡା ଗ୍ରାମରୁ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହୋଇ କରୋନାର ହଟସ୍ପଟ୍ ସାଜିଥିବା ବେଳେ ପାନୀୟ ଜଳର ଅଭାବ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି | ଜାତୀୟ ରାଜପଥ ନମ୍ବର୍ 57 ର କଡରେ କେନାଲ ଛକ ନିକଟରେ ଥିବା ନଳକୂପର ତଳ ଅଂଶ ଦୀର୍ଘ ଦିନରୁ ଭାଙ୍ଗି ରହିଥିବା ବେଳେ ତାକୁ ଟିଣ ଘୋଡାଇ ରଖା ଯାଇଛି l ବାମଣ୍ଡା ଗ୍ରାମ ଛକ ନିକଟରେ ଥିବା ନଳକୂପର ଚାନ୍ଦିନୀ ନିର୍ମାଣ କରାଯାଇପାରିନାହିଁ | ସେହିପରି ଦଳିତପଡା ନିକଟରେ ଥିବା ନଳକୂପ ବହୁ ଦିନରୁ ଅଚଳ ହୋଇ ପଡିରହିଛି | ନଳକୂପ ଉପରେ କେହି ଜଣେ ବ୍ୟକ୍ତି ଘର ନିର୍ମାଣ କାମ ପାଇଁ ବାଲି ଗଦାକରି ରଖିଥିବା ଦେଖିବାକୁ ମିଳୁଛି l ଗ୍ରାମରେ ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ଆରମ୍ଭ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ l ଠିକାଦାରଙ୍କ ଅବହେଳା ଓ ବିଭାଗୀୟ ଅଧିକାରୀ ମାନଙ୍କ ବେପରୁଆ ମନୋଭାବ ହେତୁ ପ୍ରକଳ୍ପ ବହୁ ଦିନରୁ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି | ଗ୍ରାମ ପଞ୍ଚାୟତ ଓ ପାନୀୟ ଜଳ ଓ ପରିମଳ ବିଭାଗ ଅଧିକାରୀମାନେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

seven + 3 =