ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗରେ କେନ୍ଦ୍ରାପଡ଼ା ମହିଳା କନେଷ୍ଟବଳଙ୍କୁ ଗିରଫ ଦାବି କଲେ ରାୟଗଡ ଜିଲ୍ଲା ଶାଖା ଉତ୍କଳ ସାମ୍ବାଦିକ ସଂଘ

0 82

hiring

ରାୟଗଡ/୨୫/୭:- ରାଜ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ସାମ୍ବାଦିକମାନଙ୍କୁ ଅହେତୁକ ଆକ୍ରମଣ କରାଯାଉଛି ଯାହାର ସତ୍ୟାସତ୍ୟ ଘଟଣା ପୁରୀ ଜିଲ୍ଲା ଗୋପ ଓ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ନିକଟରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଜେପିର ଗଣ ଧାରଣା ଚାଲିଥିବା ସମୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ନେଇ ସାମ୍ବାଦିକ ଭିମସେନ ସେଠି ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ କରିଥିଲେ ଏହାକୁ ନେଇ ଜୁଲାଇ ୨୧ ତାରିଖ ଅପରାହ୍ନ ରେ ମହିଳା କନେଷ୍ଟବଳ ପିନୁ ନାୟକ ସାମ୍ବାଦିକ ଭିମସେନ ସେଠି ଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଉପରିସ୍ଥ ଅଧିକାରୀଙ୍କ ସମ୍ମୁଖରେ ରାସ୍ତା ଉପରେ ଜାତିଆଣ ଆକ୍ଷେପ କରିବା ସହିତ ମାଡ଼ମାରିଥିଲେ । ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଉକ୍ତ ସମ୍ବନ୍ଧୀୟ ଘଟଣାକୁ ରାୟଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ଉପଲକ୍ଷେ ଗତକାଲି ରାୟଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁରେଶ ଦାସଙ୍କ ନେତୃତ୍ୱରେ ସଂଘର ଉପସଭାପତି ଆଇ ସର୍ବେଶ୍ୱର ରାଓ,ସମ୍ପାଦକ ରାଜେଶ କୁମାର ମହାନ୍ତି, ପରିଚାଳନା ସମ୍ପାଦକ ପରମାନନ୍ଦ ପ୍ରଧାନ, ସହ ସମ୍ପାଦକ ସନ୍ତୋଷ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଙ୍କୁ ପ୍ରଦାନ କରାଯାଇଛି । ଦାବି ମୁତାବକ ଯଥାଶୀଘ୍ର ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ଉପରୋକ୍ତ ଘଟଣାରେ ତଦନ୍ତ କରାଯାଇ ମହିଳା କନେଷ୍ଟବଳ ପିନୁ ନାୟକଙ୍କୁ ଗିରଫ କରାଯିବା ସହିତ କାର୍ଯ୍ୟରୁ ନିଲମ୍ବନ କରାଯାଉ । ତତ୍ସହିତ ପୁରୀ ଜିଲ୍ଲା ଗୋପ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ଏଡାଇ ଦେବା ସହ ସରକାରଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସୁସମ୍ପର୍କ ବଜାୟ ରଖିବାକୁ ଦାବି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସାମ୍ବାଦିକ ରଶ୍ମିରଂଜନ ଦୋରାଙ୍କ ସହ ସଭ୍ୟ ଗଣେଶ କୁମାର ସାହୁ, ପ୍ରଶନ୍ନ କୁମାର ପଣ୍ଡା ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

9 − 3 =