ବନବିଭାଗ ଦ୍ବାରା ୬୨ଖଣ୍ଡ ଶାଳକାଠ ଜବତ, ଜଣେ ଗିରଫ

0 137

ବନ ବିଭାଗ ଦ୍ୱାରା ଏକ ଲକ୍ଷ ଟଙ୍କାର ୬୨ଖଣ୍ଡ ଶାଳ କାଠ ଜବତ୍‌,ଜଣେ ଗିରଫ
ରାୟଗଡ/୬/୮/୨୧: ରାୟଗଡ ସହରର କସ୍ତୁରୀ ନଗରର ଏଲଆଇସି କାର୍ଯ୍ୟାଳୟ ନିକଟସ୍ଥ ସାହିର ଜଣଙ୍କ ଘରୁ ୬୨ଖଣ୍ଡ ଶାଳ କାଠ ସାଇଜ ଜବତ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତ ଜି.ଶ୍ୟାମ ସୁନ୍ଦର (୨୧)ବୋଲି ଜଣାପଡିଥିବା ବେଳେ ଜବତ କାଠର ବଜାର ଦର ଆନୁମାନିକ ମୂଲ୍ୟ ଏକଲକ୍ଷ ଟଙ୍କାର ହେବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡ ବନ ବିଭାଗ ଦ୍ୱାରା କସ୍ତୁରୀ ନଗର ଅଂଚଳର ଏଲଆଇସି କାର୍ଯ୍ୟାଳୟ ନିକଟ ସାହିରେ ରହୁଥିବା ବଢେଇ ଶ୍ୟାମ ସୁନ୍ଦରଙ୍କ ଘରେ ବେଆଇନ ଭାବେ ଶାଳ କାଠ ଗଚ୍ଛିତ ଥିବା ଜାଣିବାକୁ ପାଇ ରାୟଗଡ ବନାଚଂଳ ଅଧିକାରୀ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ଅନୀଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବନରକ୍ଷୀ ସନ୍ତୋଷ ପାଣିଗ୍ରାହୀ,ଗୈାରୀଶଙ୍କର ସାହୁଙ୍କ ସମେତ ଅନ୍ୟ ଷ୍ଟାଫ୍ ଚଢାଉ କରିଥିଲେ । ଅଭିଯୁକ୍ତ ଶ୍ୟାମ ସୁନ୍ଦରଙ୍କ ଘରୁ ୪୩ସିଫ୍ଟ୍ ତଥା ୬୨ ଖଣ୍ଡ ଶାଳ କାଠ ସାଇଜ୍ ପଟାଗୁଡିକ ଜବତ କରାଯାଇଥିଲା । ଏ ନେଇ କେସ ନମ୍ବର ୭୧/୨୦୨୧-୨୨ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । କଲ୍ୟାଣସିଂହୁପର ଅଂଚଳରୁ ଉକ୍ତ ଶାଳକାଠ କ୍ରୟ କରିଥିବା ନେଇ ଅଭିଯୁକ୍ତ ପ୍ରକାଶ କରିଥିବା ବନାଂଚଳ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

3 × 2 =