କରୋନା କଟକଣାକୁ ଫୁ , ୭ ଜଣ ଜୁଆଡି ଗିରଫ

0 204

ଦଶପଲ୍ଲା,୨୪/୫- ଚାନ୍ଦପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ୭ ଜୁଆଡିଙ୍କୁ ଗିରଫ କରାଯାଇଛି । ସଟଡାଉନ ସମୟରେ କୋଭିଡ ନିୟମକୁ ମାନି ନଥିଲେ ଅମାନିଆ । ଗତକାଲି ରାତିରେ ଚାନ୍ଦପୁର ରାମଚଣ୍ଡି ମନ୍ଦିର ପାଖରେ ୭ ଜଣ ଜୁଆଡି ମିଶି ଜୁଆ ଖେଳୁଥିଲେ । ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସମେତ ଥାନାର କର୍ମଚାରୀ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ତାଙ୍କଠାରୁ ୨୬୭୦ ଟଙ୍କା ଜବତ କରିବା ସହ କୋଭିଡ ନିୟମ ଅବମାନନା ପାଇଁ ୧୪ ହଜାର ଟଙ୍କା ଫାଇନ ଗଣିଛନ୍ତି । ଏଥିସହ ସେମାନଙ୍କ ମୋବାଇଲ ଜବତ କରାଯାଇଛି । ଚାନ୍ଦପୁର ଥାନାରେ ୭୩/୨୨୧ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen − eight =