ଖାଉଟି ମାନଙ୍କୁ ଦିଆଯାଉଛି ମାଟି ଗୋଡ଼ି ମିଶା ଗହମ, ଖାଉଟି ଅସନ୍ତୋଷ

0 987

ବୌଦ୍ଧ,୨୮/୫ – ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ମାଧ୍ୟମରେ ଜଣ ପିଛା 5 କିଲୋଗ୍ରାମ ଚାଉଳ କିମ୍ବା ଗହମ ପ୍ରତି ମାସରେ ଯୋଗାଇ ଦେଉଛନ୍ତି l ସେସବୁ ଖାଦ୍ୟ ଶସ୍ୟ ଗୁଡିକର ମାନକୁ ନେଇ କୌଣସି ତଦାରଖ କରା ଯାଉନଥିବା ଓ ଅଭିଯୋଗର ତଦନ୍ତ କରା ଯାଉନଥିବା ହେତୁ ଖାଉଟି ମହଲରେ ଅସନ୍ତୋଷ ପ୍ରକାଶ ପାଉଛି l ଗତକାଲି ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବଣ୍ଟା ଯାଇଥିବା ଗହମ ଅତି ନିମ୍ନ ମାନର ହୋଇଥିବା ଦେଖିବାକୁ ମିଳିଥିଲା l ଖାଉଟି ମାନେ ଅଭିଯୋଗ କରିଥିଲେ ମଧ୍ୟ ଆମକୁ ଉପରୁ ଯେମିତି ଆସିଛି ସେମିତି ଦେବୁ ଓ ଆମ ହାତରେ କିଛି ନାହିଁ ବୋଲି ଲୋକଙ୍କୁ କହିଥିଲେ l ଗହମରେ ଅନେକ ପରିମାଣର ଗୋଡ଼ି ମାଟି ମିଶି ଥିବାରୁ ଗ୍ରାହକ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ଏ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

5 × five =