ଦାରିଙ୍ଗବାଡି ପୁଲିସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0 92


ଦାରିଙ୍ଗବାଡି,୧୮/୭:ଦୁର୍ଘଟଣା ଜନିତ ମୃତ୍ୟୁରେ ଭାରତ ଅନ୍ୟ ଦେଶ ଠାରୁ ଆଗରେ ଥିବା ବେଳେ ଏହି ସଂଖ୍ୟାକୁ ହ୍ରାସ କରିବା ପାଇଁ ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅଭିଯାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଦାରିଙ୍ଗବାଡି ଥାନା ତରଫରୁ ମଧ୍ୟ ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଥିବା ଯୋଗୁଁ ସେଥିରୁ ବର୍ତ୍ତିବା ପାଇଁ ପୁଲିସ ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱାବଧାନ ଏବଂ ସବ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ଏବଂ ସୌମ୍ୟରଂଜନ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଚେତନତା କାର୍ଯ୍ୟକ୍ରମ ରେ ପୁଲିସ କର୍ମଚାରୀ ଓ ପୁଲିସ ସୁରକ୍ଷା ବାହିନୀ କର୍ମଚାରୀମାନେ ହାତରେ ପ୍ଲା କାର୍ଡ ଓ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ସହିତ ଲୋକଙ୍କୁ ଚକଲେଟ ଦେଇ ସଚେତନତା ପୋଷ୍ଟର ଏବଂ ପ୍ରଚାର ରଥରେ ସୁରକ୍ଷିତ ଭାବେ କିପରି ଗାଡି ଚାଳନା କରାଯିବ ସେ ସମ୍ପର୍କରେ ପ୍ରଚାର କରିଥିଲେ । ଏଥି ସହିତ ଯେଉଁ ଚାଳକ ମାନେ ହେଲମେଟ ବ୍ୟବହାର କରିଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ଜୀବନର ମୂଲ୍ୟ ବାବଦରେ ବୁଝାଇ ଦୁର୍ଘଟଣା ର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥିଲା। ଯେପରିକି ଟ୍ରାଫିକ ନିୟମ ମାନିବା,ହେଲମେଟ ପରିଧାନ କରିବା,କାର ଚଳେଇଲା ବେଳେ ସିଟ ବେଲ୍ଟ ପରିଧାନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା ଆଦି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା ଏହି ସମୟରେ ଏଏସଆଇ ବିରେନ୍ଦ୍ର ପ୍ରଧାନ ଏବଂ ଏଏସଆଇ ଉମାଚରଣ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

five × five =