ପାଲଝାର୍ କୃଷି ଫାର୍ମରେ ହାର୍ଭେଷ୍ଟର୍ ବିନିଯୋଗକୁ ନେଇ ପ୍ରଶ୍ନ କଲେ କୃଷି ଶ୍ରମିକ

0 299

ବୌଦ୍ଧ ,୨୨/୧୨- ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ପାଲଝାର୍ ସରକାରୀ କୃଷି ଫାର୍ମରୁ ଦୁର୍ନୀତି ଓ ଅନିୟମିତତା ପିଛା ଛାଡିବାର ନାମ ଧରୁନାହିଁ l ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଫାର୍ମର ଧାନ ଅମଳ ପ୍ରକ୍ରିୟାକୁ ନେଇ l ପାଲଝାର୍ ସରକାରୀ କୃଷି ଫାର୍ମରୁ ଉତ୍ପାଦିତ ଧାନ ସାଧାରଣତଃ ପ୍ରକ୍ରିୟା କରଣ କରାଯାଇ ବିହନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ l ରାଜ୍ୟ ବିହନ ନିଗମ ଫାର୍ମରୁ ଧାନ କିଣି ବିହନ ଧାନ ଭାବରେ ଚାଷୀ ମାନଙ୍କୁ ଡୀଲର ଜରିଆରେ ବିକ୍ରୟ କରିଥାଏ | ହାର୍ଭେଷ୍ଟର୍ ମାଧ୍ୟମରେ ଧାନ ଅମଳ ଯୋଗୁଁ ଧାନର କ୍ଷତି ହୋଇଥାଏ ଓ ଗଜା ହୋଇ ପାରୁନଥିବା ଅଭିଯୋଗ କରୁଛନ୍ତି ଚାଷୀମାନେ l ଏ ଅଭିଯୋଗ ସମ୍ପର୍କରେ କୃଷି ଓଭରସିଓରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଧାନ ବିହନ ଗଜା ନ ହେବାର କୌଣସି କାରଣ ନାହିଁ ଓ ଆମେ ଉପରିସ୍ଥ ଅଧିକାରୀ ମାନଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରୁଛନ୍ତି l ଅପର ପକ୍ଷରେ ଫାର୍ମରେ କାର୍ଯ୍ୟ କରି ରୋଜଗାର କରୁଥିବା କୃଷି ଶ୍ରମିକ ମାନେ ରୋଜଗାର ହରାଇଥିବା ମଧ୍ୟ ଅଭିଯୋଗ ହୋଇଛି | ଏ ସମ୍ପର୍କରେ ଉପରିସ୍ଥ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

5 × two =